ସିଲ୍‌ ହେଲା ଲତା ମଙ୍ଗେସକରଙ୍କ ଘର

ମୁମ୍ବାଇ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାବଧାନତା ଅବଲମ୍ବନ କରି ବିଏମସି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଘରକୁ ସିଲ କରିଛି। ୯୦ ବର୍ଷୀୟା ଲତା ମଙ୍ଗେସକର ଦକ୍ଷିଣ ମୁମ୍ବାଇର ପିଦାର ରୋଡରେ ଥିବା ‘ପ୍ରଭୁକୁଞ୍ଜ’ ବିଲ୍‌ଡିଂରେ ବସବାସ କରୁଥିଲେ। ତେବେ ଏହି କୋଠାକୁ ସିଲ୍‌ କରିବାର କାରଣ ହେଉଛି, ଏଠାରେ ଅଧିକାଂଶ ବରିଷ୍ଠ ନାଗରିକ ବସବାସ କରୁଛନ୍ତି।

ଲତାଙ୍କ ପରିବାରବର୍ଗ ସ୍ପଷ୍ଟ ଭାବେ ଲୋକଙ୍କୁ ଜଣାଇ ଦେଇଛନ୍ତି କି, ତାଙ୍କ ପରିବାର ସମସ୍ତ ସଦସ୍ୟ ସୁସ୍ଥ ଅଛନ୍ତି। ଅନ୍ୟଥା କୌଣସି ପ୍ରକାର ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଆମେ ସମସ୍ତେ ନିଜ ଯତ୍ନ ନେବା ସହ ସାବଧାନତା ଅବଲମ୍ବନ କରୁଛୁ। ବିଶେଷକରି ବରିଷ୍ଠ ନାଗରିକ ଏବଂ ଅନ୍ୟ ସଦସ୍ୟମାନଙ୍କର କଲ୍ୟାଣ ଏବଂ ନିରାପତ୍ତା ପାଇଁ ନିଜନିଜ ଭିତରେ ସହଯୋଗ ରଖିଛୁ। ଭଗବାନଙ୍କ କୃପାରୁ ପରିବାର ସମସ୍ତେ ସୁରକ୍ଷିତ ଅଛନ୍ତି।

लता मंगेशकर की बिल्डिंग सील
navbharattimes.indiatimes.com

ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇଯାଇଛି। କରୋନା ଭାଇରସ୍‌ ଅଧିକ ପରିମାଣରେ ବୟସ୍କ ଓ ପିଲାମାନଙ୍କୁ ସଂକ୍ରମିତ କରୁଥିବାରୁ ଏବେ ମହାରାଷ୍ଟ୍ରର ଯେଉଁ ଅଞ୍ଚଳରେ ଅଧିକାଂଶ ବରିଷ୍ଠ ନାଗରିକ ବସବାସ କରୁଛନ୍ତି ସେହି ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ଇତିମଧ୍ୟରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ସେଲିବ୍ରିଟି ସମସ୍ତେ କରୋନାରେ ସଂକମ୍ରିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର