ଓଭର୍‌ ବଜେଟ୍‌ ହୋଇଥିଲା ଦୀଲିପ୍‌ କୁମାରଙ୍କ ‘ମଧୁମତୀ’ !

୧୯୫୮ ମସିହାରେ ଏକ ସୁପର୍‌ ହିଟ୍‌ ଫିଲ୍ମ ଥିଲା ‘ମଧୁମତୀ’।ଏହାର ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ବିମଲ୍‌ ରାୟ।ଏଥିରେ ଦିଲୀପ୍‌ କୁମାର ଓ ବୈଜୟନ୍ତୀମାଲା ଥିଲେ ଲିଡ଼୍‍ ରୋଲ୍‌ରେ । ପୁନର୍ଜନ୍ମର କାହାଣୀକୁ ନେଇ ପ୍ରସ୍ତୁତ ଏହି ସିନେମା ଯେ ଏତେ ବଡ଼ ହିଟ୍‌ ହେବ,ତାହା ନିର୍ଦ୍ଦେଶକ ବିମଲ୍‌ ଦା’ଙ୍କ କଳ୍ପନା ବାହାରେ ଥିଲା। ଏହି ସିନେମାଟି ସେ ଖୁବ୍‌ କମ୍‌ ବଜେଟରେ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପୂର୍ବରୁ ବିମଲ ରୟ ସାଧାରଣତଃ ବିଗ୍‌ ବଜେଟ ଛବି ତିଆରି କରୁଥିଲେ।
ସେ ସମୟରେ ‘ମଧୁମତୀ’ର ବଜେଟ୍‌ ରଖାଯାଇଥିଲା ମାତ୍ର ୨୫ ଲକ୍ଷ ଟଙ୍କା।

ସେହି ଅନୁଯାୟୀ ଷ୍ଟାର୍‌ କାଷ୍ଟ୍‍,ଲୋକେସନ୍‌,ମ୍ୟୁଜିକ୍‌ ଓ ପୋଷ୍ଟ୍‍ ପ୍ରଡ଼କ୍‌ସନ୍‌ ଡ଼ିଜାଇନ୍‌ ପ୍ରସ୍ତୁତ କରାଯାଇଥିଲା। ଫିଲ୍ମର ବେଶୀ ଭାଗ ସୁଟିଂ ଆଉଟ୍‌ ଡ଼ୋର୍‌ରେ କରାଯାଇଥିଲା। ବିମଲ୍‌ ଦା ଙ୍କ ପାଇଁ ‘ମଧୁମତୀ’ଏକ ଚାଲେଂଜ୍‌ ଥିଲା,କାରଣ ଏହାର କାହାଣୀ ସଂପର୍କରେ ଜାଣିବା ପରେ ଅଧିକାଂଶ ବିତରକ ଓ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଏ ଫିଲ୍ମ ଚାଲିବନି ବୋଲି ମତ ରଖିଥିଲେ। ଅଧିକାଂଶ ଲୋକ ବିମଲ୍‌ ଦା’ଙ୍କୁ ହତୋତ୍ସାହିତ କରିଥିଲେ ବି ସେ ପଛକୁ ଚାହିଁ ଫେରିନଥିଲେ ଏବଂ ‘ମଧୁମତୀ’ର କାମରେ ଆଗେଇ ଥିଲେ। ଫିଲ୍ମରେ ରିସ୍କ ଥିବା ଯୋଗୁଁ ସେ ଖୁବ୍‌ ସତର୍କତାର ସହିତ ବଜେଟ୍‌ ନିର୍ଦ୍ଧାରିତ ଭିତରେ ଫିଲ୍ମକୁ କଂପ୍ଲିଟ୍‌ କରିବାର ଲକ୍ଷ୍ୟ ରଖିଥିଲେ। ମ୍ୟୁଜିକ୍‌ ଖର୍ଚ୍ଚ କମ୍‌ କରିବା ପାଇଁ ସେ ସେହି ସମୟର କୌଣସି ଟପ୍‌ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ନ ନେଇ ସଲିଲ୍‌ ଚୌଧୁରୀଙ୍କୁ ସ୍ୱର ସଂଯୋଜନାର ଦାୟିତ୍ୱ ଦେଇଥିଲେ।ଏହା ଅବଶ୍ୟ ଭିନ୍ନ କଥା ଯେ ସଲିଲ୍‌ ଦା’ ମଧ୍ୟ ଶ୍ରୁତି ମଧୁର ସଙ୍ଗୀତ ପ୍ରସ୍ତୁତ କରି ‘ମଧୁମତୀ’କୁ ମ୍ୟୁଜିକାଲ୍‌ ହିଟ୍‌ କରାଇଥିଲେ।

‘ମଧୁମତୀ’ର ସ୍କ୍ରିପ୍ଟ୍‌ ଶୁଣିବା ପରେ ଦିଲୀପ୍‌ କୁମାର ମଧ୍ୟ ନିଜର ମାର୍କେଟ ପ୍ରାଇସ୍‌ ଠୁଁ କମ୍‌ ଅର୍ଥ ନେଇ ସେଥିରେ କାମ କରିବାକୁ ରାଜି ହୋଇଥିଲେ । ପ୍ରକାରାନ୍ତରେ ଦିଲୀପ୍‌ କୁମାର ବିମଲ୍‌ ରାୟଙ୍କୁ ଏହି ଫିଲ୍ମ ନିର୍ମାଣ ପାଇଁ ସାହାସ ଦେଇଥିଲେ।‘ମଧୁମତୀ’ର ସୁଟିଂ ଆରମ୍ଭ ହେଲା। ପର୍‌ଫେକ୍‌ସନିଷ୍ଟ ବିମଲ୍‌ ଦା’ ଅତିମାତ୍ରାରେ ସତର୍କତା ଅବଲମ୍ବନ କରୁକରୁ ଅନେକ ଗୁଡ଼ିଏ ସିନ୍‌ର ଏକାଧିକ ଟେକ୍‌ ନେଲେ। କେତେକ ସ୍ଥଳରେ ଦୃଶ୍ୟର ରିସଟ୍‌ ମଧ୍ୟ କରିଲେ। ପରିଣାମ ସ୍ୱରୂପ ଫିଲ୍ମଟି ନିର୍ଦ୍ଧାରିତ ସମୟ ଠୁଁ କଂପ୍ଲିଟ୍‌ ହେବା ପାଇଁ ଅଧିକ ଦିନ ଲାଗି ଗଲା। ଅଧିକ ଦିନ ସୁଟିଂ ହେବା କରାଯିବା ଫଳରେ ‘ମଧୁମତୀ’ ଓଭର୍‌ ବଜେଟ୍‌ ହୋଇଗଲା।

ଏହାର ବଜେଟ୍‌ ପାଖାପାଖି ୧୦ ଲକ୍ଷ ଟଙ୍କା ବଢ଼ିଗଲା।ଫିଲ୍ମ କଂପ୍ଲିଟ୍‌ ହେବା ପୂର୍ବରୁ ବିତରକ ମାନେ କମ୍‌ ମୂଲ୍ୟରେ ନିଜ ନିଜ ଟେରିଟୋରି ପାଇଁ ବିତରଣ ଅଧିକାର କିଣି ସାରିଥିଲେ। ଚିନ୍ତାରେ ପଡ଼ିଗଲେ ବିମଲ୍‌ ଦା’।କାରଣ ପୂର୍ବ ନିର୍ଦ୍ଧାରିତ ବଜେଟ୍‌କୁ ଆଖି ଆଗରେ ରଖି ମାତ୍ର ୩୦ ଲକ୍ଷ ଟଙ୍କାର ଲାଭ ରଖି‘ମଧୁମତୀ’ର ଡ଼ିଷ୍ଟ୍ରିବ୍ୟୁସନ୍‌ ଟାଇଟ୍‌ସ୍‌ ବିକ୍ରି କରି ସାରିଥିଲେ।ଏମିତି ହେଲେ ତାଙ୍କର ୭ ଲକ୍ଷ ଟଙ୍କା କ୍ଷତି ସୁନିଶ୍ଚିତ ବୋଲି ଜାଣିପାରିଲେ ସେ।

ସମ୍ବନ୍ଧିତ ଖବର