ବୋଲ୍‌ଡ ପୋଷାକ ପିନ୍ଧି ପୁଅ ସହ ଡିନର୍‌ କରିବାକୁ ଗଲେ ମଲାଇକା, ଟ୍ରୋଲ୍‌ କଲେ ଲୋକ

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଅରୋରା ତାଙ୍କର ଷ୍ଟାଇଲ୍‌ ସେନ୍ସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ବୋଲ୍ଡ ପୋଷକ ପରିଧାନ ପାଇଁ ଅଧିକାଂଶ ସମୟରେ ଟ୍ରୋଲ୍‌ ବି ହୋଇଥାନ୍ତି। ନିକଟରେ ତାଙ୍କୁ ବୋଲ୍‌ଡ ଅନ୍ଦାଜର ପୋଷାକ ପିନ୍ଧି ଡିନର୍‌ ପାଇଁ ଯାଉଥିବାର ଦେଖିବାକୁ ମିଳିଛି। ତେବେ ଏଥର ଚର୍ଚ୍ଚାର କାରଣ କେବଳ ତାଙ୍କ ପୋଷାକ ନୁହେଁ, ବରଂ ସେ ଏଭଳି ପୋଷାକ ପିନ୍ଧି ତାଙ୍କ ପୁଅ ସହ ଡିନର୍‌ରେ ଯାଇଥିବାରୁ ଲୋକେ ତାଙ୍କୁ ଟ୍ରୋଲ୍‌ କରୁଛନ୍ତି।

ନିକଟରେ ଅଭିନେତ୍ରୀଙ୍କୁ ତାଙ୍କ ପୁଅ ସହ ବାନ୍ଦ୍ରାର ଏକ ହୋଟେଲ୍‌କୁ ଡିନର୍‌ରେ ଯାଉଥିବାର ଦେଖିବାକୁ ମିଳିଛି। ଏହି ଅବସରରେ ମଲାଇକା ଏକ କଳା ରଂଗର ଗାଉନ୍‌ ସହ ଧଳା ରଂଗର ଜୋତା ପିନ୍ଧିଛନ୍ତି। ମଲାଇକା ପିନ୍ଧିଥିବା ଗାଉନ୍‌ ଖୁବ୍ ଅତ୍ୟାଧୁନିକ ଶୈଳୀର ହୋଇଥିବା ବେଳେ ସେ ନିଜେ ବି ସେଥିରେ ସେତେଟା ସହଜ ଅନୁଭବ କରୁନଥିବା ଫଟୋ ଓ ଭିଡିଓ‌ରୁ ଅନୁମାନ କରାଯାଉଛି।

ମଲାଇକା କଳା ଗାଉନ୍‌କୁ କଳା ରଂଗର ଚଷମା ପିନ୍ଧି ‌ବେଶ୍‌ ଆକର୍ଷଣୀୟ ଦିଶୁଥିବା ବେ‌ଳେ ସେ ଗାଡ଼ିରୁ ଓହ୍ଲାଇବା ବେଳେ ପ୍ରଥମେ ନିଜ ପୋଷାକକୁ ଟାଣିକି ସଜାଡୁଥିବା ଦେଖିବାକୁ ମିଳିଛି । ସେପଟେ ବେକ ଆଡୁ ପୋଷାକଟି ଅତ୍ୟଧିକ କଟା ରହିଥିବାରୁ ସେ ସାମ୍ନାରେ ହାତ ରଖି ବେଶ୍‌ ଅପ୍ରସ୍ତୁତ ଲାଗୁଛନ୍ତି। ତେବେ ପୁଅ ସହ ଡିନର୍‌ରେ ଯିବା ବେଳେ ଏତେ ଫ୍ୟାସନେବଲ୍‌ ହେବା କ’ଣ ଦରକାର ବୋଲି କେହି କେହି ଟ୍ରୋଲର୍ସ ମତ ରଖିଛନ୍ତି।

 

ସମ୍ବନ୍ଧିତ ଖବର