କାନ୍‌ର ରେଡ୍‌ କାପେର୍ଟରେ କଏଦୀ ସାଜିଲେ ମଲ୍ଲିକା ଶେରାଓ୍ଵାତ୍‌

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ନିକଟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବଲିଉଡ଼ କଳାକାରମାନଙ୍କର ଲୁକ୍‌କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏଥିରେ ବିଭିନ୍ନ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସଡ଼ର୍‌ ଭାବେ ନଜର ଆସିଥିଲେ ଦୀପିକା ପାଦୁକୋନ୍‌ , ଐଶ୍ୱର୍ଯ୍ୟା ରାଏ ବଚ୍ଚନ , ସୋନମ କପୁର , ମାହିରା ଖାନ୍‌ ଓ କଙ୍ଗନା ରାନାଓ୍ଵତ ।ଏହି ଅଭିନେତ୍ରୀଙ୍କ ଲୁକ୍‌କୁ ନେଇ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଚର୍ଚ୍ଚା କରାଯାଇଥିଲା । ତେବେ ଏହି ତାଲିକାରେ ଆଉ ଜଣେ ବଲିଉଡ଼ର ଅଭିନେତ୍ରୀ ରହିଥିଲେ ଯିଏ ରେଡ କାରପେର୍ଟରେ ଜେଲ୍‌ରେ କଏଦୀ ସାଜି ପହଞ୍ଚଥିଲେ। ଆମେ ଆପଣଙ୍କୁ ବଲିଉଡ଼ର ହଟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ଵତଙ୍କ ବିଷୟରେ କହୁଛୁ ।

news18

ମଲ୍ଲିକା କାନ୍‌ ଫେଷ୍ଟିଭାଲରେ ଆନ୍ତର୍ଜାତୀୟ ଏନଜିଓ ଫ୍ରି ଏ ଗର୍ଲ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡ଼ର୍‌ ଭାବେ ପହଞ୍ଚିଥିଲେ । ଏହି ଏନଜିଓଟି ମାନବ ଚାଲାଣ , ଶିଶୁ ଯୌନ ନିର୍ଯାତନା ଓ ମହିଳାଙ୍କ ପ୍ରତି ହେଉଥିବା ଅନେକ ପ୍ରକାରର ନିର୍ଯାତନା ବିରୁଦ୍ଧରେ କାର୍ଯ୍ୟ କରିଥାଏ । ଏଥି ପ୍ରତି ଦୃଷ୍ଟି ଆର୍କଷଣ କରିବା ପାଇଁ ଏକ ଚକ ଲଗା ଜେଲ ମଧ୍ୟରେ କଏଦୀ ଭାବେ କାନ୍‌ ଫେଷ୍ଟିଭାଲରେ ପହଞ୍ଚିଥିଲେ ମଲ୍ଲିକା । ମଲ୍ଲିକା ବହୁ ବର୍ଷ ହେବ ଭାରତରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ଆଦି ପାଇଁ କାମ କରିଆସୁଛନ୍ତି ।

ମଲ୍ଲିକା କାନ୍‌କୁ ଏଭଳି ଭାବେ ଆସିବାର କାରଣ ପଚରାଯିବା ପରେ ସେ କହିଥିଲେ, “ମୁଁ ବିଗତ ୯ ବର୍ଷ ହେବ କାନ୍‌ ଫେଷ୍ଟିଭାଲ୍‌ରେ ଯୋଗ ଦେଇ ଆସୁଛି। ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ଏବଂ ନାବାଳିକାଙ୍କ ଚାଲାଣ ଆଦି ପ୍ରସଙ୍ଗରେ ବିଶ୍ୱବ୍ୟାପୀ ସ୍ୱର ଉତ୍ତଳନ କରିବା ପାଇଁ ଉପଯୁକ୍ତ ସ୍ଥାନ ଅଟେ । ମୁଁ ଆଜି ୧୨x୮ ଫୁଟ ବିଶିଷ୍ଟ ଏକ କୋଠରୀରେ ନିଜକୁ ଭର୍ତ୍ତି କରିବା ସହ ନାବାଳିକାଙ୍କୁ ତାଙ୍କ ଜୀବନର ଆରମ୍ଭ ସମୟରେ ବେଶ୍ୟବୃତ୍ତିରେ ସାମିଲ୍‌ କରାଯାଉଥିବା ଘଟଣାକୁୁ ବିଶ୍ୱ ଦରବାରରେ ପ୍ରକାଶ କରିବା ପାଇଁ ଚାହୁଁଛି। ଜଣେ ମହିଳା ନିଜର ଜୀବନରେ ପ୍ରତିଟି ମୂହୂର୍ତ୍ତରେ ନିର୍ଯାତିତ ହୋଇଥିଲେ ମଧ୍ୟ ଏଥିରୁ ବାହାରିବା ପାଇଁ ତାଙ୍କୁ କୌଣସି ରାସ୍ତା ମିଳିନଥାଏ। ” ମଲ୍ଲିକା ବର୍ତ୍ତମାନ ବଲିଉଡ୍‌ ଏବଂ ଭାରତଠାରୁ ଅନେକ ଦୂରରେ ରହିଥିଲେ ମଧ୍ୟ ନିଜକୁ ଭାରତ ଠାରୁ ଦୂରେଇ ରଖିନାହାନ୍ତି । ମଲ୍ଲିକା ଭାରତୀୟ ମହିଳାଙ୍କ ପାଇଁ ଏହିପରି ପଦକ୍ଷେପ ଉଠାଇ ଅନ୍ୟ କଳାକାରଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ସମ୍ବନ୍ଧିତ ଖବର