ଏହି ଅଭିନେତ୍ରୀଙ୍କ ଅନ୍ତବସ୍ତ୍ର ଚୋରାଇ ନେଇଗଲେ ଭଡାଟିଆ

ନୂଆଦିଲ୍ଲୀ: ‘କଲିୟୋ କା ଚମନ’ ଫେମ୍‌ ବଲିଉଡ୍‌ ଅଭିନେତ୍ରୀ ମେଘନା ନାଇଡୁ ଏକ ଠକେଇର ଶିକାର ହୋଇଛନ୍ତି। ମେଘନା ନିଜ ଫେସ୍‌ବୁକ୍‌ ପେଜରେ ନିଜ ସହିତ ହୋଇଥିବା ଏହି ଠେକେଇ ସମ୍ପର୍କରେ ସେୟାର କରିଛନ୍ତି।

ମେଘନା କହିଛନ୍ତି, ଗୋଆସ୍ଥିତ ମୋର ଘରେ ଦୁଇଜଣ ଭଡାରେ ରହୁଥିଲେ। ଦୁହେଁ ନିଜକୁ ଦମ୍ପତ୍ତି ବୋଲି କହୁଥିଲେ ଏବଂ ସେମାନେ ମୁମ୍ବାଇର ବାସିନ୍ଦା ଓ ନ୍ୟୁଜଲ୍ୟାଣ୍ଡରେ କାମ କରନ୍ତି ବୋଲି କହିଥିଲେ। ପରିଚୟ ବାବଦରେ ସେମାନେ ନିଜର ଆଧାରକାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ବି ଦେଇଥିଲେ, ଯାହାକି ନକଲି ବାହାରିଲା। ତେବେ ଏହି ଭଡାଟିଆ ମୋର ଭଡା ଟଙ୍କା ତ ପୈଠ କଲେ ନାହିଁ ତାହା ଭିନ୍ନ କଥା, ଘରର ସମସ୍ତ ସାମଗ୍ରୀ ନେଇ ଫେରାର ହୋଇଯାଇଛି। କେବଳ ଏତିକି ନୁହେଁ ମୋର ସମସ୍ତ ଅନ୍ତବସ୍ତ୍ର ଓ ମୋଜା ବି ଚୋରାଇ ନେଇ ଚାଲି ଯାଇଛନ୍ତି।

ମେଘନା ଏହି ପୋଷ୍ଟ ସହିତ ଭଡାଟିଆ ଥିବା ଚୋରଙ୍କ ଫଟୋ ବି ସେୟାର କରିଛନ୍ତି। ଲୋକମାନଙ୍କୁ ଏହି ଫଟୋ ଅଧିକ ସେୟାର କରିବାକୁ କହିଛନ୍ତି। କାରଣ ଏପରି କରିବା ଦ୍ୱାରା ଅପରାଧୀ ସମ୍ପର୍କରେ କୌଣସି ସୂଚନା ମିଳିପାରିବ।

ସମ୍ବନ୍ଧିତ ଖବର