କଙ୍ଗନାଙ୍କ ଉପରେ ବର୍ଷିଲେ ମିକା ସିଂହ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣି ବିବାଦରେ ଫସିଛନ୍ତି। କୃଷକ ଆନ୍ଦୋଳନକୁ ନିଶାଣ କରି କଙ୍ଗନା କିଛି ଦିନ ତଳେ ଶାହିନବାଗ୍‌ର ଦାଦିଙ୍କ ଉପରେ ବିବାଦୀୟ ଟ୍ବିଟ୍‌ କରିଥିଲେ। ସେ ଟ୍ବିଟ୍‌ କରିଥିଲେ, ୧୦୦ଟଙ୍କା ପାଇଁ ଏମାନେ କୁଆଡ଼େ ବି ଯାଇପାରିବେ। ଏହାପରେ କଙ୍ଗନା ଏହି ଟ୍ବିଟ୍‌ ଡିଲିଟ୍‌ କରି ଦେଇଥିଲେ ବି ଚାଷୀଙ୍କୁ ନେଇ ଏଭଳି ବୟାନକୁ କେହି ଗ୍ରହଣ କରିପାରୁନାହାନ୍ତି। କିଛି ଦିନ ତଳେ କଣ୍ଠଶିଳ୍ପୀ ଦଲ୍‌ଜିତ୍‌ ଦୋସାଞ୍ଜ ଚାଷୀମାନଙ୍କ ପାଇଁ କଙ୍ଗନାଙ୍କ ଏଭଳି ଉକ୍ତିକୁ ନାପସନ୍ଦ କରି ତାଙ୍କ ଉପରେ ବର୍ଷିଥିଲେ। ଏବେ କଣ୍ଠଶିଳ୍ପୀ ମିକା ସିଂହ ବି କଙ୍ଗନାଙ୍କ ଉପରେ ବର୍ଷିଛନ୍ତି।

ମିକା ଟ୍ବିଟ୍‌ କରିଛନ୍ତି, କୃଷକଙ୍କୁ ସମର୍ଥନ ଦେବା ହେଉଛି ଆମ ଲକ୍ଷ୍ୟ। କଙ୍ଗନା ଗୋଟେ ପାଗଳ। ତାକୁ ତା’ ଜୀବନ ବଞ୍ଚିବାକୁ ଦିଅନ୍ତୁ। କଙ୍ଗନା ତ’ କରଣ ଜୋହର, ହ୍ରିତିକ୍‌ ଓ ରଣବୀର ଭଳି ସଫ୍ଟ ଟାର୍ଗେଟ ଖୋଜେ ଓ ଏଥିରୁ ଆରାମ୍‌ରେ ସେ ବଞ୍ଚିଯାଏ। ଏଭଳି ବଡ଼ ନିଶାଣ ସାଧି ବଞ୍ଚିପାରିବନି। ଏଣୁ ଏଥିରୁ ଦୂରେଇ ରୁହ ବୋଲି କଙ୍ଗନାକୁ ମିକା ପରାମର୍ଶ ଦେଇଛନ୍ତି। ଆଉ ଏକ ଟ୍ବିଟ୍‌ରେ ମିକା ଲେଖିଛନ୍ତି, ମୁଁ ମୋର ସମସ୍ତ ପଞ୍ଜାବୀ ବନ୍ଧୁମାନଙ୍କୁ ଅନୁରୋଧ କରୁଛି, ଶାନ୍ତ ହୁଅନ୍ତୁ। କଙ୍ଗନା ଗୋଟେ ଭୁଲ କରିଦେଇଛି ଓ ତାର ପ୍ରତିକ୍ରିୟା ବି ସାମ୍‌ନା କରିସାରିଛି।

ସମ୍ବନ୍ଧିତ ଖବର