ମ୍ୟୁଜିକାଲ୍ ଆଲବମ୍ ‘ତୁ ଥା ଯେତେ ଦୂରେ’

ଫରଚ୍ୟୁନ୍ ମିଡିଆ ହାଉସ୍ ନିବେଦିତ ମ୍ୟୁଜିକାଲ୍ ଆଲବମ୍ ‘ତୁ ଥା ଯେତେ ଦୂରେ’ ମୁକ୍ତିଲାଭ କରିଛି। ଏହି ଗୀତର ମୁଖୁଡ଼ା ଲାଇନ୍ ରହିଛି ‘ତୁ ଥା ଯେତେ ଦୂରେ ମୁଁ ମନେ ପଡ଼ିବି, ତୁ କହୁନୁ କେମିତି ତୋ ବିନା ଏମିତି, ମୁଁ ରହିପାରିବି। ମୁଁ ଦେଖା କରିବାକୁ କହ କେବେ ଆସିବି, ତତେ ନ ଦେଖିଲେ ଥରେ ମୁଁ ମରିଯାଇପାରେ, କହ କୁଆଡ଼େ ଯିବି।’ ଏଇ ଗୀତରେ ଯୁଗ୍ମ ଭାବେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସା‌ଗର ଓ ଜ୍ୟୋତିର୍ମୟୀ। ଗୀତଦୃଶ୍ୟର ନାୟକ ପୁପୁନ୍ ଏବଂ ଦୁଇ ନାୟିକା ଭୂମିକାରେ ଅଛନ୍ତି ଇପ୍‌ସିତା ଆଶ୍ରିତା ଏବଂ ସୁଶ୍ରୀ। ‘ତୁ ଥା ଯେତେ ଦୂରେ’ ମ୍ୟୁଜିକାଲ୍ ଆଲବମ୍‌ର ଚିତ୍ରନାଟ୍ୟ ପ୍ରସ୍ତୁତ କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ବାପି ଦାସ ଏବଂ ସମ୍ପାଦନା କରିଛନ୍ତି ସୌମ୍ୟଶୋଭନ ନାୟକ। ଗୀତଟି ୟୁ-ଟ୍ୟୁବ୍‌କୁ ଆସିବା ପରେ ହଜାର ହଜାର ଶ୍ରୋତା ଏହାକୁ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର