ଓସ୍କାର ପୁରସ୍କାର ଦୌଡ଼ରେ ‘ନଟ୍‌ଖଟ୍’

ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ଓ ରୋନି ସ୍କ୍ରୁଵାଲାଙ୍କ ଦ୍ବାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ନଟଖଟ୍’ ୨୦୨୧ ଓସ୍କାର୍ ପୁରସ୍କାର ପାଇଁ ସାମିଲ ହୋଇଛି। ୩୩ ମିନିଟ୍ ଅବଧିର ଏହି ଚଳଚ୍ଚିତ୍ରର ଏକ ଘର ବା ପରିବାର ଜଣେ ବ୍ୟକ୍ତିକୁ କେମିତି ଗଢ଼ିଥାଏ, ସେ ବିଷୟରେ ଚିତ୍ରଣ କରିଛି। ବିଦ୍ୟା ବାଲାନ୍ ଏହି ଚଳଚ୍ଚିତ୍ରରେ ମା’ ଭୂମିକାରେ ଅଭିନୟ କରୁଥିବା ବେଳେ ସାନିକା ପଟେଲ୍ ବିଦ୍ୟାଙ୍କ ପୁଅ ଭୂମିକାରେ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରଟି ମହାମାରୀ କରୋନା ସମୟରେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ମୁକ୍ତିଲାଭ କରିଥିଲା। ଏହା ପରେ ବିଭିନ୍ନ ଦେଶର ଫିଲ୍ମ ମହୋତ୍ସବରେ ଅନଲାଇନ୍ ସ୍କ୍ରିନିଂ ପାଇଁ ଏହାକୁ ଚୟନ କରାଯାଇଥିଲା। ‘ନଟଖଟ୍‌’କୁ ୨୦୨୧ରେ ଭାରତର ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ରର ପୁରସ୍କାର ମଧ୍ୟ ଦିଆଯାଇଛି।

ସମ୍ବନ୍ଧିତ ଖବର