କିଏ ହେବେ ନୂଆ ଦୟାବେନ୍ ? ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ସବ ଟିଭିରେ ପ୍ରସାରିତ ଲୋକପ୍ରିୟ ମେଗା ଧାରାବାହିକ ତାରକ ମେହେଟ୍ଟାକା ଉଲ୍‌ଟା ଚଷ୍‌ମାରେ ଅଭିନେତ୍ରୀ ଦିଶା ବକାନୀଙ୍କ ପ୍ରତ୍ୟାବର୍ତ୍ତନକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏଣେ ଖବର ମିଳିଛି ଯେ ସିରିଏଲର ନିର୍ମାତା ଅସିତ୍ ମୋଦୀ ଦିଶା ବକାନୀଙ୍କ ଭୂମିକା ଲାଗି ଅନ୍ୟ କଳାକାରଙ୍କ ସନ୍ଧାନ ଆରମ୍ଭ କରିଛନ୍ତି। ନିର୍ମାତା ଚାହୁଁଛନ୍ତି ଯେ ଅଭିନେତ୍ରୀ ଜଣକ ଦିଶା ବକାନୀଙ୍କ ଭଳି ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଥିବେ।

                                                   photo-scoopwhoop

ମିଡିଆ ରିପୋର୍ଟ ଅନୁଯାୟୀ ଦୟାବେନ୍‌ ଚରିତ୍ର ନିଭାଇବା ଲାଗି ଯେଉଁ ସବୁ ନାଆଁ ଚର୍ଚ୍ଚାରେ ରହିଛି,ସେଥିମଧ୍ୟରେ ଅଙ୍ଗୁରି ଭାଭି ଭୂମିକା ନିଭାଉଥିବା ଅଭିନେତ୍ରୀ ଶିଳ୍ପା ସିନ୍ଦେଙ୍କ ନାଆଁ ସବୁଠାରୁ ଆଗରେ ରହିଛି। ତେବେ ଶିଳ୍ପା ଏହି ଭୂମିକାକୁ କେତେ ନ୍ୟାୟ ଦେଇପାରିବେ,ତା’କୁ ନେଇ ନିର୍ମାତା ସନ୍ଦିହାନ ଅଛନ୍ତି। ଲୋକପ୍ରିୟ କମେଡିଆନ୍‌ ସୁଗନ୍ଧା ମିଶ୍ରାଙ୍କ ନାଆଁ ମଧ୍ୟ ଚର୍ଚ୍ଚାରେ ରହିଛି। ଧାରାବାହିକର ନିର୍ମାତା ଅସିତ ମୋଦୀ କହିଛନ୍ତି ସୁଗନ୍ଧା ଜଣେ ମିମିକ୍ରି କଳାକାର ହୋଇଥିବା ହେତୁ ସେ ସହଜରେ ଦୟାବେନ୍‌ଙ୍କ କଣ୍ଠସ୍ୱରକୁ ନକଲ କରିପାରିବେ। ଏହା ଫଳରେ ଦର୍ଶକ ତାଙ୍କୁ ଭଲ ଭାବେ ଗ୍ରହଣ କରିବେ ।

ସମ୍ବନ୍ଧିତ ଖବର