ଲାଗେ ପ୍ରେମ ନଜର

ସୁଟିଂ ଫ୍ଲୋରକୁ ଆସିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’। ବ୍ଲୁ ଆଇଜ୍ ଏଣ୍ଟର୍‍ଟେନ୍‌ମେଣ୍ଟ୍‌ର ପ୍ରଥମ ଅବଦାନ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ବ୍ୟୋମକେଶ। କାହାଣୀ ରଚନା ଖଗେଶ୍ବର ଶେଜପଡ଼ା କରିଥିବା ବେଳେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ନିର୍ଦ୍ଦେଶନା ଦେଉଛନ୍ତି ଦିଲୀପ୍ ପଣ୍ଡା ଏବଂ ସଙ୍ଗୀତ ସଜାଉଛନ୍ତି ବୈଦ୍ୟନାଥ ଦାସ। ଏଥିରେ ନାୟକ ଅମ୍ଳାନଙ୍କ ବିପକ୍ଷରେ ତିନି ନାୟିକା ଭାବେ ଅବତୀର୍ଣ୍ଣ ହେଇଛନ୍ତି ରିୟା, ପ୍ରିୟା ଓ ରାଗିଣୀ। ଏମାନଙ୍କ ବ୍ୟତୀତ ପପି ସନ୍ତୁକା ଓ ବବି ମିଶ୍ର ମଧ୍ୟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି।

ସମ୍ବନ୍ଧିତ ଖବର