ମଞ୍ଜରୀରେ ଓଡ଼ିଆ ଗୀତକୁ ନେଇ ନୂଆ ରିଆଲିଟି ସୋ’ ‘ଓଡ଼ିଶା ସୁପର୍‌ ସିଙ୍ଗର୍‌’ ଆରମ୍ଭ

ମଞ୍ଜରୀରେ ଓଡ଼ିଆ ଗୀତକୁ ନେଇ ନୂଆ ରିଆଲିଟି ସୋ’ ‘ଓଡ଼ିଶା ସୁପର୍‌ ସିଙ୍ଗର୍‌’ ଚଳିତ ମାସ ୪ ତାରିଖରୁ ଓଡ଼ିଆ ଗୀତକୁ ନେଇ ଆରମ୍ଭ ହୋଇଯାଇଛି। ସପ୍ତାହର ପ୍ରତି ଶୁକ୍ର, ଶନି ଓ ରବିବାର ରାତି ୮ଟା ୩୦ରେ ମନୋରଞ୍ଜନ ଚ୍ୟାନେଲ୍‌ ମଞ୍ଜରୀରେ ଏହି ସୋ’ ଦର୍ଶକମାନେ ଦେଖିପାରିବେ।

ଏହି ସଙ୍ଗୀତ ପ୍ରତିଯୋଗିତାରେ ଓଡ଼ିଶାର ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ଏବଂ ରାଉରକେଲା ପରି ଅନେକ ସ୍ଥାନର ୧୫ ବର୍ଷରୁ ଅଧିକ ବୟସର ପ୍ରତିଭାସମ୍ପନ୍ନ ପ୍ରତିଯୋଗୀମାନେ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିବେ।

ନିକଟରେ ‘ଓଡ଼ିଶା ସୁପର୍‌ ସିଙ୍ଗର୍‌’ର ଅନେକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଓଲିଉଡ୍‌ର ଲୋକପ୍ରିୟ ଗାୟିକା ଦୀପ୍ତିରେଖା, ଅନ୍ତରା ଏବଂ ଗାୟକ ଅଭିଜିତ୍‌ଙ୍କ ସହିତ ଓଡ଼ିଶାର ଘରେ ଘରେ ପରିଚିତ ପ୍ରତିଷ୍ଠିତ ଗାୟିକା ତୃପ୍ତି ଦାସଙ୍କୁ ଦେଖିବାକୁ ମିଳିଛି। ଏହି ରିଆଲିଟି ସୋ’ରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢ଼ିବାକୁ ହେବ। ଏଥିରେ ବିଜେତାଙ୍କୁ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ସହିତ ଅନେକଗୁଡ଼ିଏ ଆକର୍ଷଣୀୟ ଉପହାର ମିଳିବ। ଏହା ସହିତ ମଞ୍ଜରୀ ମୁଭିଜ୍, ମ୍ୟୁଜିକ୍‌ ଭିଡିଓ, ରେଡିଓ ଚକ୍‌ଲେଟ୍, ଆମର ମ୍ୟୁଜିକ୍ ଏବଂ ଓଡ଼ିଆ ୱାନ୍‌ ପରି ପ୍ଲାଟ୍‌ଫର୍ମରେ ଗୀତ ଗାଇବାର ସୁଯୋଗ ମିଳିବ।

ଏପାଖେ ଧାରାବାହିକ ‘ରକ୍ତ ସମ୍ପର୍କ’ ସୋମବାରଠାରୁ ଶନିବାର ପ୍ରସାରିତ ହେବା ପରିବ‌ର୍ତ୍ତେ ସୋମବାରରୁ ଗୁରୁବାର ରାତି ୮ଟା ୩୦ରେ ପ୍ରସାରିତ ହେବ।

ସମ୍ବନ୍ଧିତ ଖବର