ମୁମ୍ବାଇ: ଭୁଲି ଗଲେଣି କି ଏହି ଚେହେରାକୁ? ମାତ୍ର ୨୬ ସେକେଣ୍ଡ୍ର ଏକ ଆଖିମରା ଭିଡିଓରେ ସାରା ଦେଶକୁ ପାଗଳ କରିଥିବା ପ୍ରିୟା ପ୍ରକାଶ ଭ୍ୟାରିୟର୍ଙ୍କର ଏବେ ଆଉ ଏକ ନୂଆ ଭିଡିଓ ଭାଇରାଲ୍ ହୋଇଛି। ଓ୍ଵିଙ୍କ୍ କୁଇନ୍ ପ୍ରିୟା ତାଙ୍କର କୌତୁକିଆ ଅନ୍ଦାଜ ହେତୁ ମାତ୍ର ଘଣ୍ଟା କେଇଟାରେ ପାଲଟି ଯାଇଥିଲେ ନ୍ୟାସ୍ନାଲ୍ କ୍ରସ୍। ଏପରକି ଫେସ୍ବୁକ, ଟୁଇଟର୍ ଓ ଇନ୍ଷ୍ଟାଗ୍ରାମ ଆଦି ସମସ୍ତ ସୋସିଆଲ୍ ନେଟ୍ଓ୍ଵର୍କିଂ ସାଇଟ୍ରେ ବଡ଼ ବଡ଼ ସେଲିବ୍ରେଟିମାନଙ୍କୁ ଚୁଟକିରେ ପଛରେ ପକାଇଲେ ଥିଲେ ଏହି ତାମିଲ୍ ନାୟିକା।
Sambad is now on WhatsApp
Join and get latest news updates delivered to you via WhatsApp
Good morning
Have a wonderful day pic.twitter.com/6QKXBCmOtA— Priya Prakash Varrier (@priyapvarrier) April 13, 2018
ଇତି ମଧ୍ୟରେ ପ୍ରିୟାଙ୍କର ଯେଉଁ ନୂଆ ଭିଡିଓ ଭାଇରାଲ୍ ହୋଇଛି ସେଥିରେ ବି ତାଙ୍କର ପୁରୁଣା କୋ-ଷ୍ଟାର୍ ନଜର ଆସୁଛନ୍ତି। ଏହି ନୂଆ ଭିଡିଓରେ ପ୍ରିୟା ଓ ତାଙ୍କ କୋ-ଷ୍ଟାର୍ ସାଙ୍ଗ ହୋଇ ଆଇବ୍ରୋ ଟେକୁଛନ୍ତି। ଏକ ଫୋନ୍ ଧରି ନଜର କୌତୁକିଆ ଅନ୍ଦାଜକୁ ପ୍ରିୟା ସୁଟିଂ କରୁଛନ୍ତି। ତାଙ୍କ ପଛରେ ଠିଆ ହୋଇଛନ୍ତି ତାଙ୍କ କୋ-ଷ୍ଟାର୍।
ଜାଣିବାକୁ ମିଳିଛି ଯେ ପ୍ରିୟାଙ୍କ ଲୋକପ୍ରିୟତା ସୀମିତ ସମୟ ପାଇଁ ନଥିଲା। ଏହି ଲୋକପ୍ରିୟତା ଏବେ ବି ବଜାୟ ରହିଛି। ଦିନକୁ ଦିନ ପ୍ରିୟାଙ୍କ ଇନ୍ଷ୍ଟା ଫଲୋଅର୍ସ ସଂଖ୍ୟା ବଢ଼ିବାରେ ଲାଗିଛି।