ପ୍ରଥମ ସିନେମାରେ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିଛନ୍ତି ଏଇ ଓଲିଉଡ୍‌ ନାୟକ

ଭୁବନେଶ୍ୱର: ଗତ କିଛି ବର୍ଷ ହେଲା ବଲିଉଡ୍‌ ଭଳି ଓଲିଉଡରେ ମଧ୍ୟ ନାୟକ-ନାୟିକାଙ୍କର ହଟ୍‌ ସିନ୍‌ ଦେବାକୁ ଆଉ କୁଣ୍ଠାବୋଧ କରୁ ନାହାନ୍ତି। ଏହାକୁ ନେଇ ବେଳେ ବେଳେ ଚର୍ଚ୍ଚା ବି ହେଉଛି। ଏଭଳି କିଛି ଅନ୍ତରଙ୍ଗ ଦୃଶ୍ୟ ରହିଛି ଏକ ଅପକମିଂ ସିନେମା ‘ତୋର ମୋର ପ୍ରେମ କାହାଣୀ’ରେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଲିଟୁ ମହାନ୍ତି। ଏଥିରେ ନବାଗତ ଦେବ୍‌ ଏବଂ ଜଣାଶୁଣା ନାୟକା ଦୀପିକାଙ୍କର ଜବରଦସ୍ତ ରୋମାନ୍ସ୍‌ ଦେଖିବାକୁ ପାଇବେ ଦର୍ଶକ।

ଏହି ଦୃଶ୍ୟର ପିକଚରାଇଜେସନ୍‌ ବେଳେ ଦେବ୍‌ ଖୁବ୍‌ ନର୍ଭସ୍‌ ଥିଲେ। ଏମିତି ସିନ୍‌ ସେ ଆଗରୁ କେବେ କରି ନଥିବା ହେତୁ ଏବଂ ତାଙ୍କର ବୟସ ସେତେବେଳକୁ ମାତ୍ର ୧୮ ବର୍ଷ ହୋଇଥିବା ହେତୁ ତାଙ୍କ ପାଇଁ ଏହା ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା ବୋଲି ଦେବ କହିଛନ୍ତି। ନିର୍ଦ୍ଦେର୍ଶକ ଯେତେ ବୁଝାଇଲେ ବି କିପରି ଅଭିନୟ କରିବେ ବୋଲି ଭାବି ପାରୁନଥିଲେ। ଅବଶେଷରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିବା ଦୀପିକା ଦେବଙ୍କ ନିକଟକୁ ଆସି ତାଙ୍କୁ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ ଲାଗି ସହଜ କରାଇଥିଲେ। ସେ ଦୁହେଁ ଭଲଭାବେ ରିହର୍ସାଲ୍‌ କରିବାପରେ ସଟ୍‌ ଟେକିଂ ହୋଇଥିଲା। ଆଉ ଏଥିଲାଗି ବେଶୀ ସମୟ ବି ନେଇ ନ ଥିଲେ ଦୁଇ କଳାକାର। ବିଶେଷ କରି ଦେବ୍‌ ଏକଦମ୍‌ ପରଫେକ୍ଟ୍‌ ଆକ୍ଟିଂ କରିଥିଲେ।

ସମ୍ବନ୍ଧିତ ଖବର