୪୧ ହଜାର ଆମେରିକୀୟ ଡଲାର୍‌ରେ ନିଲାମ ହେଲା ଦସ୍ତଖତ ସମ୍ବଳିତ ମହାତ୍ମା ଗାନ୍ଧୀଙ୍କର ଦୁଷ୍ପ୍ରାପ୍ୟ ଫଟୋ

ଓ୍ଵାସିଂଟନ୍‌: ଦସ୍ତଖତ ଥାଇ ମହାତ୍ମା ଗାନ୍ଧୀଙ୍କର ଏକ ଫଟୋର ପ୍ରଥମ କପି ଆମେରିକାରେ ୪୧, ୮୦୬ ହଜାର ଡଲାରରେ ନିଲାମ ଧରାଯାଇଛି। ଫଟୋରେ ମହାତ୍ମା ଗାନ୍ଧୀ ମଦନ ମୋହନ ମାଲବ୍ୟଙ୍କ ସହ ଚାଲୁଥିବାର ଦୃଶ୍ୟ ରହିଛି।

ଇଂରାଜୀରେ ‘ଏମ୍‌ କେ ଗାନ୍ଧୀ’ ବୋଲି ଝରକଲମରେ ଦସ୍ତଖତ କରାଯାଇଥିବା ଦୁଷ୍ପ୍ରାପ୍ୟ ଫଟୋଟି ଲଣ୍ଡନରେ ୧୯୩୧ ମସିହା ସେପ୍ଟେମ୍ବର ମାସରେ ଭାରତର ଗୋଲ ଟେବୁଲ ବୈଠକର ଦ୍ୱୀତିୟ ପର୍ଯ୍ୟାୟରେ ଉତ୍ତୋଳନ କରାଯାଇଥିବା କଥା ବୋଷ୍ଟନ୍‌ର ନିଲାମକାରୀ ସଂସ୍ଥା ଆର୍‌ଆର୍‌ ଅକ୍‌ସନ୍‌ କହିଛି।

ଭାତୀୟ ଜାତୀୟ କଂଗ୍ରେସ ତରଫରୁ ପ୍ରତିନିଧି ଭାବେ ଗାନ୍ଧୀ ବ୍ରିଟିଶ୍‌ ଆୟୋଜିତ ଗୋଲ୍‌ ଟେବଲ୍‌ ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ ଦେଇଥିଲେ। ଏହି ବୈଠକ ତିନୋଟି ସିରିଜ୍‌ରେ ୧୯୩୦ ରୁ ୧୯୩୨ ଯାଏଁ ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା। ଭାରତରେ ଚାଲିଥିବା ସାମ୍ବିଧାନିକ ସଂସ୍କାର ବିଷୟ ଆଲୋଚନା କରିବା ଥିଲା ଏହି ବୈଠକର ଉଦ୍ଦେଶ୍ୟ। ସ୍ୱାଧୀନ ଭାରତ ଦାବି କରି ମାଲବ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ଫଟୋ ଉଠାଯାଇଥିବା ସମୟରେ ଗାନ୍ଧୀଙ୍କର ଡାହଣ ହାତ ବୁଢ଼ା ଆଙ୍ଗୁଠି ବିନ୍ଧୁ ଥିବାରୁ ସେ ବାମ ହାତରେ ଲେଖୁଥିଲେ। ୧୯୩୧ ମସିହା ଅଗଷ୍ଟ ୮ ତାରିଖରୁ ଡିସେମ୍ବର ୧୯ ତାରିଖ ଯାଏଁ ଗାନ୍ଧୀଙ୍କ ଠାରେ ଏ ଭଳି ଅସୁବିଧା ରହିଥିଲା।

ସମ୍ବନ୍ଧିତ ଖବର