ଏହି ଓଲିଉଡ ନାୟିକା ଭାରି କ୍ରେଜି !

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟିକା ସୂରମୟୀଙ୍କୁ ସେତେଟା ସଫଳତା ମିଳି ନାହିଁ ମାତ୍ର ସେ ଅଟକି ନାହାନ୍ତି। ସୂରମୟୀଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ହେଲା ‘ଭଲ ପାଏ ତତେ ୧୦୦ ରୁ ୧୦୦’।ଏଥିରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ସୂରମୟୀ।

ଏହାପରେ ସୂରମୟୀ ‘ଆଖି ଖୋଲିଲେ ତୁ ହି ତୁ’ଓ ‘ଶକ୍ତି’ଆଦି ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ଏଥିମଧ୍ୟରୁ ପ୍ରଥମଟିରେ ଦୀପକ ଓ ଦ୍ୱିତୀୟଟିରେ କରଣଙ୍କ ବିପକ୍ଷରେ ନାୟିକା ବନିଥିଲେ ସୂରମୟୀ। ସଂପ୍ରତି ସୂରମୟୀଙ୍କ ଅଭିନୀତ ଅନ୍ୟ ଏକ ଓଡିଆ ସିନେମା ‘କ୍ରିଷ୍ଣା’ ରିଲିଜ୍‌ ଅପେକ୍ଷାରେ ରହିଛି।

ସେ ଏବେ ଏକ ନୂଆ ସିନେମାରେ କାମ କରୁଛନ୍ତି।ଏହାର ଟାଇଟଲ୍‌ ରହିଛି ‘କ୍ରେଜି-ଫୋର୍‌’। ଏହି ସିନେମାରେ ଚାରିଜଣ କ୍ରେଜି ଲୋକଙ୍କୁ ଦେଖିବାକୁ ମିଳିବ। ଏମାନଙ୍କ ଭିତରୁ ଜଣେ ହେଲେ ସୂରମୟୀ।

ଏହି ଫିଲ୍ମରେ ସୂରମୟୀଙ୍କ ବ୍ୟତୀତ ଅନ୍ୟ ଯେଉଁ ତିନି ଜଣ କ୍ରେଜି ଭୂମିକାରେ ଅଛନ୍ତି,ସେମାନେ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି,ଟେଲି ଜଗତର ଜଣାଶୁଣା ଅଭିନେତା ଶୁଭାଶିଷ ଶର୍ମା ଏବଂ ଓଲିଉଡର ଜଣାଶୁଣା ନାୟକ ଅଭିଷେକ।

‘କ୍ରେଜିି-ଫୋର୍‌’ର ନିର୍ଦ୍ଦେଶନା ଦେଉଛନ୍ତି ନବାଗତ ସମରାଜ୍‌।କେ.ରଂଜନ ଏହାର ପ୍ରଯୋଜନାରେ ଅଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌.ଚନ୍ଦ୍ରକାନ୍ତ।

ସମ୍ବନ୍ଧିତ ଖବର