ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’

ଭୁବନେଶ୍ବର: ପ୍ରେକ୍ଷାଳୟରେ ଏବେ ଖୋ‌ଲିବ ପ୍ରେମ ଏଟିମ୍। ହଁ ଏଇ ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’। ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ କହିଛନ୍ତି ଏହା ହେଉଛି ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ। ‘ପ୍ରେମ ଏଟିଏମ୍‌’ ରିଲିଜ୍ କରିବ ବୋଲି ଘୋଷଣା କରିଛି ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡକ୍ସନ୍‌। ଏହି ସିନେମାରେ ସୁନ୍ଦରଗଡ଼ର ପୁଅ ପ୍ରଦୀପ ଦତ୍ତ ଚମତ୍କାର ଅଭିନୟ କରିଛନ୍ତି ବୋଲି ଏହାର ୟୁନିଟ୍ ସଦସ୍ୟମାନଙ୍କଠାରୁ ଶୁଣିବାକୁ ମିଳିଛି। ତାଙ୍କ ସହ ଦିବ୍ୟାଦିଶା ମହାନ୍ତି ଓ ଲିପିକା ସେନାପତି ମଧ୍ୟ ନିପୁଣ ଅଭିନୟ କରିଛନ୍ତି।

ମାରୁତି ମୁଭି ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ସୁରେନ୍ଦ୍ର ନାରାୟଣ (ପୁଲିଆ) ଓ ନବନୀତା ମିଶ୍ର। ଅଭିଜିତ ମଜୁମ୍‌ଦାରଙ୍କ ସଂଗୀତ ନିର୍ଦ୍ଦେଶନାରେ ଏଇ ଚଳଚ୍ଚିତ୍ରରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ମଣ୍ଟୁ ଛୁରିଆ, ହ୍ୟୁମାନ୍‌ ସାଗର, ସ୍ୱୟମ୍ ପାଢ଼ୀ, ତାରିକ୍ ଅଜିଜ୍‌, ଦିପ୍ତୀରେଖା ଓ ଅମ୍ରିତା ନାୟକ। ଚଳିତ ସପ୍ତାହରେ ମୁକ୍ତିଲାଭ କରିବାକୁଥିବା ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ‘ପ୍ରେମ ଏଟିଏମ୍’ ଫିଲ୍ମଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର