ବଲିଉଡ ଅଭିନେତ୍ରୀ ଦୀପିକାଙ୍କୁ ବ୍ରାଜିଲିଆନ୍ ମଡେଲ କହିଲେ ବିଦେଶୀ ମିଡିଆ

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ସହ କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା।

ଏହି ଦୁଇଟି ସଫଳତା ମଧ୍ୟରେ ଯିଏ ବିଶ୍ବ ଦରବାରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସେ ଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ପୁରସ୍କାର ବିତରଣ ଉତ୍ସବରେ ଦୀପିକା ପାଦୁକୋନ ଯୋଗ ଦେବା ସହ ମଞ୍ଚରେ ନିଜ ଦେଶକୁ ପ୍ରତିନିଧିତ୍ୱ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏହା ପ୍ରଥମ ନଥିଲା, ଏହା ପୂର୍ବରୁ ଅନେକ ଥର ଦୀପିକା ବିଶ୍ବ ଦରବାରରେ ଭାରତକୁ ପ୍ରତିନିଧିତ୍ୱ କରି ଦେଶର ଗୌରବ ବଢ଼ାଇଛନ୍ତି। ତେବେ ଏତେ ଲୋକପ୍ରିୟ ହୋଇ ମଧ୍ୟ କିଛି ବିଦେଶୀ ମିଡିଆ ଦୀପିକାଙ୍କୁ ଚିହ୍ନି ପାରିନଥିବା ଜଣାପଡ଼ିଛି।

କିଛି ବଡ ବିଦେଶୀ ମିଡିଆ ଏଜେନ୍ସି ଦୀପିକାଙ୍କୁ ବ୍ରାଜିଲର ମଡେଲ ଏବଂ ଡିଜାଇନର୍ କାମିଲା ଅଲଭେସ୍ ବୋଲି କହି ଟ୍ରୋଲ ହୋଇଛନ୍ତି। କାମିଲା ଅଲଭେସ୍ ହେଉଛନ୍ତି ହଲିଉଡ ଅଭିନେତା ମାଥ୍ୟୁ ମ୍ୟାକକୋନାଗେଙ୍କ ପତ୍ନୀ। ସୋସିଆଲ ମିଡିଆରେ ଆନ୍ତର୍ଜାତୀୟ ଫଟୋ ଏଜେନ୍ସିର ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୀପିକା ପାଦୁକୋନଙ୍କ ଓସ୍କାର ଫଟୋକୁ ବ୍ରାଜିଲର ମଡେଲ ତଥା ଡିଜାଇନର୍ କାମିଲା ଅଲଭେସଙ୍କ ନାଁରେ ସେୟାର କରାଯାଇଛି।

ସମ୍ବନ୍ଧିତ ଖବର