ବଞ୍ଚିଥିବା ସମୟରେ ସାକାର ହୋଇ ପାରି ନ ଥିଲା ସ୍ୱପ୍ନ, ଏବେ ମୃତ୍ୟୁ ପରେ କାଦର ଖାନ୍‌ଙ୍କୁ ମିଳିବାକୁ ଯାଉଛି ଏହି ସମ୍ମାନ

ମୁମ୍ବାଇ : ଅନେକ ଦିନ ପର୍ଯ୍ୟନ୍ତ ରୋଗଗ୍ରସ୍ତ ହୋଇ ରହିବା ପରେ ଶେଷରେ ଡିସେମ୍ବର ୩୧ରେ ମୃତ୍ୟୁବରଣ କରିଥିଲେ ବଲିଉଡ୍‌ ଅଭିନେତା କାଦର ଖାନ୍‌ । ସେ ୨୦୦ରୁ ଅଧିକ ଫିଲ୍ମ କରିଥିବା ବେଳେ ଅନେକ ଫିଲ୍ମ ପାଇଁ ଡାଏଲଗ ଲେଖିଥିଲେ । ଏତେ ଭଲ କାମ କରିଥିଲେ ମଧ୍ୟ ସେ ବଞ୍ଚିଥିବା ସମୟରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇ ନଥିଲା । କିନ୍ତୁ ମୃତ୍ୟୁ ପରେ ତାଙ୍କର ବାକି ରହି ଯାଇଥିବା ଆଶା ପୂରଣ ହେବାକୁ ଯାଉଛି । ଦିବଂଗତ କାଦର ଖାନ୍‌ଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି । ଭାରତ ସରକାରଙ୍କ ଏହି ଘୋଷଣା କାଦର ଖାନ୍‌ଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି ।

Times of India

ସୂଚନା ମୁତାବକ, କାଦର ଖାନ୍‌ ଆଫ୍‌ଗାନିସ୍ତାନର କାବୁଲରେ ଜନ୍ମଗ୍ରହଣ କରିଥିଲେ । କାଦର ଖାନ୍‌ଙ୍କ ପୂର୍ବରୁ ତାଙ୍କର ୩ଟି ଭାଇ ଜନ୍ମ ହୋଇଥିଲେ । କିନ୍ତୁ ୮ବର୍ଷ ହେଉ ହେଉ ସେମାନେ ମୃତ୍ୟୁବରଣ କରିଥିଲେ । ୩ ଜଣଙ୍କ ପରେ କାଦର ଖାନ୍‌ ଜନ୍ମ ହେବା ପରେ ତାଙ୍କ ମା’ କାବୁଲ ତାଙ୍କ ପିଲାମାନଙ୍କ ପାଇଁ ଅଶୁଭ ବୋଲି କହି ପରିବାରକୁ ଧରି ମୁମ୍ବାଇ ଚାଲି ଆସିଥିଲେ ବୋଲି କାଦର ଖାନ୍‌ ଏକ ସାକ୍ଷାତକାରରେ ଜଣାଇଥିଲେ ।

ସମ୍ବନ୍ଧିତ ଖବର