ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ୍’ ଟ୍ୟାକ୍ସ -ଫ୍ରି ହେବ !
ବଲିଉଡ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କ ପୂର୍ବ ଦୁଇଟି ସିନେମା ଟ୍ୟାକ୍ସ -ଫ୍ରି ବା କରମୁକ୍ତ ଘୋଷଣା କରାଯାଇଥିଲା। ଏହି ଦୁଇଟି ଛବି ହେଲା ‘ଟଏଲେଟ୍- ଏକ ପ୍ରେମକଥା ’ ଏବଂ ‘ଏୟାର ଲିଫ୍ଟ’ । ଏବେ ଚର୍ଚ୍ଚା ହେଉଛି ଯେ ତାଙ୍କର ଆଗାମୀ ସିନେମା ‘ପ୍ୟାଡମ୍ୟାନ୍’ ବି ସେହି ନ୍ୟାୟରେ କରମୁକ୍ତ ହେବ। ଏହାର କଥାବସ୍ତୁ ଜଣେ ଗ୍ରାମୀଣ ବ୍ୟକ୍ତିଙ୍କ ଉପରେ ଆଧାରିତ ଯିଏ କି ମାସିକ ଋତୁସ୍ରାବ ବେଳେ ମହିଳାଙ୍କୁ ପ୍ୟାଡ ଯୋଗାଇ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଅକ୍ଷୟଙ୍କ ପତ୍ନୀ ତଥା ଏହି ଫିଲ୍ମର ସହ ପ୍ରଯୋଜିକା ହେଲେ ଟ୍ଵିଙ୍କଲ୍ ଖାନ୍ନା । ଏଠାରେ ସୂଚନାଯୋଗ୍ୟ ଯେ,‘ପ୍ୟାଡ଼୍ ମ୍ୟାନ୍’ରେ ଅକ୍ଷୟ କୁମାର ଦେଶରେ ମହିଳାମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସାନଟାରି ନାପ୍କିନ୍ ଓ ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରିବେ। ଅରୁଣାଚଳମ୍ ମୁରୁଗାନାଥନ୍ଙ୍କ ଜୀବନୀ ଉପରେ ଏହି ସିନେମା ଆଧାରିତ ଅଟେ। ଅରୁଣାଚଳମ୍ ହେଉଛନ୍ତି ଗ୍ରାମୀଣ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଜରୁରୀ ଇକୋ ଫ୍ରେଣ୍ଡ୍ଲି ଓ ପକେଟ୍ ଫ୍ରେଣ୍ଡ୍ଲି ନାପ୍କିନ୍ ପ୍ରସ୍ତୁତ କରିଥିବା ପ୍ରଥମ ବ୍ୟକ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇତି ମଧ୍ୟରେ ‘ପ୍ୟାଡ଼୍ ମ୍ୟାନ୍’ର ପ୍ରମୋସନ୍ ଜୋସୋରରେ ଚାଲିଛି।ଏଥିରେ ଅକ୍ଷୟ କୁମାରଙ୍କ ସହିତ ସୋନମ୍ କପୁର୍ ଓ ରାଧିକା ଆପ୍ଟେ ଫିମେଲ୍ ଲିଡ଼୍ରେ ଅଛନ୍ତି।‘ଚିନିକମ୍’‘ପା’ଓ ‘ସମିତାଭ୍’ଭଳି ଫିଲ୍ମର ନିର୍ଦ୍ଦେଶକ ଆର୍ ବାଲକୀ ‘ପ୍ୟାଡ଼୍ମ୍ୟାନ୍’ର ନିର୍ଦ୍ଦେଶନା ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ତଥା ଅକ୍ଷୟ କୁମାର ଓ ଭୂମି ପେଡେନକରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ ଟଏଲେଟ୍- ଏକ ପ୍ରେମକଥା’ (୨୦୧୭) ସ୍ୱଚ୍ଛତା ଅଭିଯାନ ଉପରେ ପର୍ଯ୍ୟବସିତ କାହାଣୀକୁ ନେଇ ନିର୍ମିତ ହୋଇଥିଲା । ଏହାକୁ କେତେକ ରାଜ୍ୟରେ କରମୁକ୍ତ କରାଯାଇଥିଲା । ଠିକ୍ ସେହିପରି ଅକ୍ଷୟ କୁମାର ଷ୍ଟାର୍ର ‘ ଏୟାର ଲିଫ୍ଟ’ ପାଖାପାଖି ୧୨୮ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହି ଫିଲ୍ମକୁ ଉତ୍ତର ପ୍ରଦେଶ ଓ ବିହାର ସରକାର କରମୁକ୍ତ ଘୋଷଣା କରିଥିଲେ । ଏଥିରେ ଅକ୍ଷୟ କୁମାର ଜଣେ ସଫଳ ଭାରତୀୟ ବ୍ୟବସାୟୀ ଭୂମିକାରେ ଅଭିନୟ କରିଥିଲେ ।