ଭାରତୀୟ ସିନେମାର ଦୃଶ୍ୟ ସହ ଏପରି କ’ଣ କଲା ଯେ ପାକିସ୍ତାନୀ ରେଷ୍ଟୁରାଣ୍ଟ୍‌ ଉପରେ ଚିଡ଼ିଗଲେ ପ୍ରଶଂସକ?

ଇସ୍‌ଲାମ୍‌ବାଦ୍‌: ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଥିଆବାଡ଼ି’ ବକ୍ସ ଅଫିସ୍‌ରେ ହଲ୍ଲା ମଚାଇବା ସହ ସବୁ ଦର୍ଶକଙ୍କ ମନରେ ବସିସାରିଛି। ଚଳଚ୍ଚିତ୍ରର ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟରେ ଦେହଜୀବୀମାନଙ୍କ ସଂଘର୍ଷମୟ କାହାଣୀ ଦୃଶ୍ୟମାନ ହୋଇଛି। ‌ସେଥିରେ ଏକ ଏପରି ଦୃଖ୍ୟ ରହିଛି ଯେଉଁଥିରେ ଦେହଜୀବୀ ଭୂମିକାରେ ଅବତୀର୍ଣ୍ଣ‌ ହୋଇଥିବା ଆଲିଆ କୋଠିର ବାହାରେ ଛିଡ଼‌ା ହୋଇ ଗ୍ରାହକମାନଙ୍କୁ ଡାକୁଛନ୍ତି। ଫିଲ୍ମର ଏହି ସିନ୍‌କୁ ନେଇ ପାକିସ୍ତାନର ଏକ ରେଷ୍ଟୁରାଣ୍ଟ୍‌ ତା’ର ବିଜ୍ଞ‌ାପନ ପାଇଁ ବ୍ୟବହାର କରିଥିବାରୁ ସୋସିଆଲ୍‌ ମିିଡିଆ ବ୍ୟବହାରକାରୀ ରେଷ୍ଟୁରାଣ୍ଟ୍‌ଟିକୁ ସମାଲୋଚନା କରିବା ସହ ନିନ୍ଦା କରିଛନ୍ତି।

ସୁଇଙ୍ଗସ୍ ରେଷ୍ଟୁରାଣ୍ଟ ତା’ର ବିଜ୍ଞାପନରେ ଏହି ଦୃଶ୍ୟକୁ ବ୍ୟବହାର କରି ଲେଖିଛି, ‘ଆସ ରାଜା, କାହିଁକି ଅପେକ୍ଷା କରିଛ? ସୁଇଙ୍ଗ୍‌ ସବୁ ରାଜାଙ୍କୁ ଡାକୁଛି। ଆସ ଏବଂ ସୋମବାରରେ ସ୍ବିଙ୍ଗ୍‌ସ ପକ୍ଷରୁ ପୁରୁଷମାନଙ୍କୁ ଦିଆଯାଉଥିବା ଅଫର୍‌ର ଫାଇଦା ଉଠାଅ।’ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରେଷ୍ଟୁରାଣ୍ଟ୍‌ଟି ଏହି ନୂଆ ତରିକା ଆପଣେଇଥିଲେ ବି ଏହା ଅନେକଙ୍କୁ ପସନ୍ଦ ଆସିନି।

କେହି କେହି କମେଣ୍ଟ କରି ଲେଖିଛନ୍ତି, ‘ଏହା ନିହାତି ଭାବେ ଏକ ବାଜେ ବିଜ୍ଞାପନ’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏକ ଭାବପ୍ରବଣ ଦୃଶ୍ୟକୁ ନେଇ ଏପରି ମଜାକ୍‌ କରିବା ଆଦୌ ଉଚିତ ନଥିଲା।’

ସୋସିଆଲ୍‌ ମିଡିଆରେ ବହୁ ସମାଲୋଚନା ହେବା ପରେ ରେଷ୍ଟୁରାଣ୍ଟ୍‌ ତା’ର ବିଜ୍ଞାପନଟିକୁ ହଟାଇ ଦେଇ କ୍ଷମା ପ୍ରା‌ର୍ଥନା କରିଛି। କାହାର ଭାବନାକୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ସଫେଇ ଦେଇଛି।

ସମ୍ବନ୍ଧିତ ଖବର