ବନ୍ଧୁକ ମୁନରେ ପଙ୍କଜଙ୍କୁ ଗଜଲ୍ ଗାଇବାକୁ ପଡ଼ିଥିଲା

ଚର୍ଚ୍ଚିତ କମେଡି ସୋ’ ଦ କପିଲ୍ ଶର୍ମା ସୋ’ରେ ଗତ କିଛିଦିନ ତଳେ ବରିଷ୍ଠ ଗଜଲ କଣ୍ଠଶିଳ୍ପୀ ପଙ୍କଜ ଉଦ୍ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ଭଜନ ସମ୍ରାଟ୍ ଅନୁପ ଜଲୋଟା ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପଙ୍କଜ ୨୫ ବର୍ଷ ତଳର ଏକ ରୋଚକ କାହାଣୀ ବଖାଣିଥିଲେ। ସେ ଏକ ଲାଇଭ୍ କନସର୍ଟରେ ଯୋଗ ଦେଇ ଗୀତ ଗାଉଥିବା ସମୟରେ ତାଙ୍କୁ ଜଣେ ପ୍ରଶଂସକ ଫଲାଙ୍ଗ୍ ଫଲାଙ୍ଗ୍ ଗଜଲ୍ ଗାଇବାକୁ କହିଥିଲେ। ପଙ୍କଜ ତାଙ୍କୁ କାହାର ଗୋଲାମ୍ ନୁହେଁ ବୋଲି କହିବା ସହିତ କାହା ଇଚ୍ଛା ଅନୁଯାୟୀ ଗୀତ ଗାଇବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଥିଲେ। ଏହା ପରେ ଉକ୍ତ ବ୍ୟକ୍ତି ଜଣକ ପକେଟ୍‌ରୁ ବନ୍ଧୁକ ବାହାର କରି ହାତରେ ବୁଲାଇଥିଲେ। ଏହାଦେଖି ପଙ୍କଜ ସବୁ ବୁଝିଯାଇଥିଲେ ଏବଂ ଫଲାଙ୍ଗ୍ ଫଲାଙ୍ଗ୍ ଗଜଲ ମଧ୍ୟ ଗାଇଥିଲେ। ଏହା ତାଙ୍କ ପାଇଁ ସବୁଠାରୁ ସ୍ମରଣୀୟ ଦିନ ବୋଲି ପଙ୍କଜ କହିଛନ୍ତି।

ସମ୍ବନ୍ଧିତ ଖବର