ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଓଟିଟିରେ ରିଲିଜ ହେବା ପରେ ଖୁବ୍ ପ୍ରଶଂସା ସାଉଁଟିଛି । ଭାରତ ଏବଂ ବିଦେଶ ବକ୍ସ ଅଫିସରେ କୋଟି କୋଟି ଟଙ୍କାର ଆୟ କରିବା ପରେ ଫିଲ୍ମଟିର ଓଟିଟି ଭର୍ସନ ଏବେ ଦର୍ଶକଙ୍କୁ ଆହୁରି ପସନ୍ଦ ଆସିଛି। କାରଣ ଓଟିଟି ଭର୍ସନରେ କିଛି ଅନ୍କଟ୍ ଦୃଶ୍ୟ ବି ଦେଖିବାକୁ ମିଳିଛି। ଅର୍ଥାତ ଯେଉଁ ସବୁ ଦୃଶ୍ୟ ଦର୍ଶକ ହଲ୍ରେ ଦେଖି ପାରି ନଥିଲେ ସେସବୁ ଦୃଶ୍ୟ ଓଟିଟି ଭର୍ସନରେ ଦୃଶ୍ୟମାନ ହୋଇଛି।
ତେବେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଶାହରୁଖଙ୍କ କମବ୍ୟାକକୁ ଦର୍ଶକ ଅଧିକ ଭଲପାଇବା ଦେଇଥିବା ବେଳେ ଫିଲ୍ମଟି ଭଲ ଆୟ କରିଥିଲା। ଏବେ ପଠାନର ସଫଳତା ପରେ ଅଭିନେତା ଏକ ନୂଆ କାର୍ କରିଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଶାହାରୁଖ ଖାନ କିଣିଥିବା କାର ବର୍ତ୍ତମାନ ଭାରତରେ ବିକ୍ରି ହେଉଥିବା ସବୁଠାରୁ ମହଙ୍ଗା ଏସୟୁଭି ଅଟେ। ଏହି କାରର ଶୋ’ରୁମ୍ ମୂଲ୍ୟ ୮.୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମୋଟ ମୂଲ୍ୟକୁ ମିଶାଇଲେ ଏହି କାରର ମୂଲ୍ୟ ୧୦କୋଟିରୁ ଅଧିକ ହେବ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଶାହାରୁଖ ଧଳା ରଙ୍ଗର ରୋଲ୍ସ ରଏସ କାରରେ ନିଜ ଘରକୁ ପ୍ରବେଶ କରୁଥିବା ଦେଖାଯାଇଛି। ଶାହାରୁଖ କାରର ନମ୍ବର ‘୫୫୫’ ରଖିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।
#ShahRukhKhan𓀠 new car Rolls-Royce 555 entrying in #Mannat last night 🌙 @iamsrk pic.twitter.com/tU1GWgkC9T
— SRK Khammam Fan club (@srkkhammamfc) March 27, 2023