ଗଣେଶ ପୂଜା ନେଇ ଟ୍ରୋଲରଙ୍କୁ କଡ଼ା ଜବାବ ରଖିଲେ ଶାହରୁଖ

ମୁମ୍ବାଇ:  ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ଙ୍କ ଗଣେଶ ପୂଜାକୁ ନେଇ ପୁଣି ଆପତ୍ତି ଉଠାଇଲେ କିଛି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ। ସେ ମୁସ୍‌ଲିସ୍‌ ସଂପ୍ରଦାୟର ହୋଇ କାହିଁକି ହିନ୍ଦୁ ପର୍ବପର୍ବାଣି ପାଳନ କରୁଛନ୍ତି ଓ ତାଙ୍କ ଆସ୍ଥା କେଉଁଠି ବୋଲି କିଛି ହୀନମନା ଲୋକ ପ୍ରଶ୍ନ କରିଛନ୍ତି। ତେବେ ଆଉ କିଛି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ସେମାନଙ୍କୁ କଡ଼ା ଜବାବ ଦେଇ ଲେଖିଛନ୍ତି, ସେ ସବୁ ପର୍ବ ପାଳନ କରନ୍ତି, ସେ ଜଣେ ସଚ୍ଚା ଭାରତୀୟ। ଶାହରୁଖ୍‌ ଏକ କଳା-ଧଳା ଫଟୋ‌ରେ ନାଲି ଟିକା ସହ ବିଘ୍ନହର୍ତାଙ୍କ ବିସର୍ଜନ ଫଟୋ ସେୟାର କରିବା ପରେ ତାଙ୍କୁ ଏଭଳି ଟ୍ରୋଲ୍‌ କରାଯାଇଥିଲା।

New Indian Express

ପ୍ରକାଶଥାଉ କି, ଶାହରୁଖ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ହିନ୍ଦୁ ହୋଇଥିବାରୁ ଶାହରୁଖ୍ ନିଜ ଘରେ ଉଭୟ ହିନ୍ଦୁ ଓ ମୁସ୍‌ଲିମ୍‌ଙ୍କ ପର୍ବ ପାଳନ କରନ୍ତି। ଏଥିସହ ନିଜ ତିନି ସନ୍ତାନ ଆର୍ୟାନ, ସୁହାନା ଓ ଆବ୍‌ରମ୍‌ଙ୍କୁ ଉଭୟ ଧର୍ମକୁ ସମାନ ସମ୍ମାନ ଦେବାକୁ ଶିଖାଇଛନ୍ତି। ପ୍ରତିବର୍ଷ ତାଙ୍କ ଘରେ ଗଣପତିଙ୍କ ସହ ହୋଲି, ଦୀପାବଳି ଓ ଇଦ୍‌ ସମାନ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଏ।

ସମ୍ବନ୍ଧିତ ଖବର