ମୁମ୍ବାଇ: ବଲିଉଡ୍ର ବହୁ ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ଆମେରିକୀୟ ସ୍ୱାମୀ ନିକ୍ ଜୋନ୍ସଙ୍କ ମଧ୍ୟରେ ଥିବା ମଧୁର ସଂପର୍କ ବିଷୟରେ କାହାକୁ ବା ଅଛପା! ଏହି ପ୍ରେମୀଯୁଗଳ ଟର୍ଣ୍ଣଡ୍ ପତି-ପତ୍ନୀ ସର୍ବଦା ପରସ୍ପରଙ୍କ ପ୍ରତି ଯତ୍ନଶିଳତା ହେତୁ ଚର୍ଚ୍ଚାରେ ରହିଥାନ୍ତି। ବ୍ୟସ୍ତବହୁଳ ଜୀବନ ଭିତରେ ବି ପରସ୍ପର ପାଇଁ ସମୟ କାଢ଼ି ଥାନ୍ତି ଉଭୟ ନିକ୍ ଓ ପ୍ରିୟଙ୍କା।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ପ୍ରିୟଙ୍କାଙ୍କୁ ବିବାହ ପରେ ତାଙ୍କର ଭାଲେଣ୍ଟାଇନ୍ସ ଡେ ପାଳନ ସଂପର୍କରେ ଏକ ପ୍ରଶ୍ନ ପଚରା ଯାଇଥିଲା। ବିବାହ ପରର ତାଙ୍କ ପ୍ରଥମ ଭାଲେଣ୍ଟାଇନ୍ସ ଡେକୁ କିପରି ପାଳନ କରିବେ ବୋଲି ପଚରା ଯାଇଥିବା ପ୍ରଶ୍ନରେ ପ୍ରିୟଙ୍କା କୁହନ୍ତି, ସେ ସ୍ୱାମୀ ନିକ୍ଙ୍କ ସହ ସମୟ ଅତିବାହତି କରିବା ପାଇଁ ଲଣ୍ଡନ୍ ଯିବେ। ୩୬ ବର୍ଷୀୟା ପ୍ରିୟଙ୍କା ଆହୁରି କହନ୍ତି କି ପରସ୍ପରଙ୍କୁ ଭଲପାଇବା ପାଇଁ ବା ସମୟ ଦେବା ପାଇଁ କୌଣସି ସ୍ୱତନ୍ତ୍ର ଦିନର ଆବଶ୍ୟକତା ପଡ଼େ ନାହିଁ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ନିକ୍ ଏବେ ତାଙ୍କ କାମରେ ଲଣ୍ଡନ୍ରେ ଅଛନ୍ତି।
ଉଲ୍ଳେଖଯୋଗ୍ୟ, ପୂର୍ବରୁ ଅଭିନେତା ରଣବୀର ସିଂହଙ୍କୁ ତାଙ୍କର ବିବାହ ପରର ପ୍ରଥମ ଭାଲେଣ୍ଟାଇନ୍ସ ଡେକୁ କିପରି ପାଳନ କରିବେ ବୋଲି ପଚରା ଯିବାରରୁ ସେ ତାଙ୍କ ପତ୍ନୀଙ୍କ ସହ ଚଳଚ୍ଚିତ୍ର ଦେଖି ଏହି ସ୍ୱତନ୍ତ୍ର ଦିବସର ମଜା ଉଠାଇବେ ବୋଲି ମତ ରଖିଥିଲେ।