ପ୍ରଶଂସକଙ୍କ ପାଇଁ ପ୍ରାୟ ୨୦୦ ଥର ଆଖିମାରି ସାରିଲେଣି ଓ୍ଵିଙ୍କ୍‌ କୁଇନ୍‌ ପ୍ରିୟା ପ୍ରକାଶ

ନୂଆଦିଲ୍ଲୀ: ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର୍‌ଙ୍କୁ ପ୍ରଶଂସକ ତାଙ୍କର ଅଭିନୟ ଦକ୍ଷତା ପାଇଁ କମ୍‌ ଆଖିମରା ଦକ୍ଷତା ପାଇଁ ବେଶି ଚିହ୍ନନ୍ତି। ଏକ ମାଲାୟଲମ୍‌ ଚଳଚ୍ଚିତ୍ର ‘ଓରୁ ଅଦାର ଲଭ୍‌’ରେ ଥିବା ପ୍ରିୟାଙ୍କର ୨୭ ସେକେଣ୍ଡ୍‌ର ଆଖିମରା ଦୃଶ୍ୟ ପାଇଁ ସେ ରାତାରାତି ଷ୍ଟାର୍‌ ବନି ଯାଇଥିଲେ। ଗୋଟିଏ ଦିନ ମଧ୍ୟରେ ଇଣ୍ଟର୍‌ନେଟ୍‌ର ରାଣୀ ବନିଥିଲେ ପ୍ରିୟ। ସାରା ଦୁନିଆ ହୋଇଥିବା ତାଙ୍କ ଦିଓ୍ଵାନା। ତାଙ୍କୁ ମିଳିଥିଲା ‘ଓ୍ଵିଙ୍କ୍‌ କୁଇନ୍‌ ବା ଆଖିମରା ରାଣୀ’ର ଟ୍ୟାଗ୍‌ ଲାଇନ୍‌। ତେବେ, ଏ ସଂପର୍କରେ ପ୍ରିୟା ଯାହା କହନ୍ତି ତାହା କାହାରିକୁ ସହଜରେ ବିଶ୍ୱାସ ହେବ ନାହିଁ। ସେ କହନ୍ତି କି ଇଣ୍ଟର୍‌ନେଟ୍‌ରେ ତାଙ୍କର ଆଖିମରା ଭିଡିଓ ଭାଇରାଲ୍‌ ହେବା ପରେ ସେ ପ୍ରାୟ ୨୦୦ ଥର ଆହୁରି ଆଖି ମାରି ସାରିଲେଣି। ସେ ଯୁଆଡ଼େ ବି ଯାଉଛନ୍ତି ତାଙ୍କୁ ଆଖି ମାରିବା ପାଇଁ ଅନୁରୋଧ ଆସୁଛି। ପ୍ରଶଂସକଙ୍କ କଥା କାଟି ନ ପାରି ଏହା ମଧ୍ୟରେ ୨୦୦ ଥର ଆଖି ମାରି ସାରିଲେଣି ପ୍ରିୟା!

 

 

View this post on Instagram

 

?

A post shared by priya prakash varrier (@priya.p.varrier) on

ନିକଟରେ ପ୍ରିୟା ଓ ‘ଓରୁ ଅଦାର ଲଭ୍‌’ର ନାୟକ ରୋଶନ ଅବଦୁଲ୍‌ ରହୋଫ୍‌ଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଫଟୋଟିକୁ ନିଜେ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି ପ୍ରିୟା।

ସମ୍ବନ୍ଧିତ ଖବର