କରଣୀ ସେନାର ବିରୋଧ ପରେ ବଦଳିଲା ଫିଲ୍ମ ‘ପୃଥ୍ୱୀରାଜ’ର ନାମ

ମୁମ୍ବାଇ: ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କ ଅଭିନୀତ ‘ପୃଥ୍ୱୀରାଜ’ କିଛିଦିନ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି | ଏହି ଚଳଚ୍ଚିତ୍ର ମାଧ୍ୟମରେ ମାନୁଶି ଚିଲାର ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ତେବେ ଚଳଚ୍ଚିତ୍ରଟି ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି | ବାସ୍ତବରେ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ୟଶରାଜ ଷ୍ଟୁଡିଓ ନିକଟରେ କରଣୀ ସେନା ଦାବି କରିଥିଲେ। ସେନା ପକ୍ଷରୁ କୁହାଯାଇଥିଲା ଯେ ଫିଲ୍ମର ନାମ ‘ପୃଥ୍ୱୀରାଜ’ ବଦଳରେ ‘ସମ୍ରାଟ ପୃଥ୍ୱୀରାଜ’ ନାମରେ ରଖାଯାଉ | ଆଉ ଦାବି ପରେ ୟଶରାଜ ଷ୍ଟୁଡିଓ କରଣୀ ସେନାର ପରାମର୍ଶ ଗ୍ରହଣ କରିଛି ଏବଂ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି |

ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣୀ ସେନା ପକ୍ଷରୁ ଆଜି ୟଶରାଜ ଷ୍ଟୁଡିଓର ସିଇଓ ଅକ୍ଷୟ ବିଦାନୀଙ୍କୁ ଭେଟି ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ଦାବି କରାଯାଇଥିଲା । ଏହା ପରେ ୟଶରାଜ ଷ୍ଟୁଡିଓ କରଣୀ ସେନାକୁ ଏକ ଚିଠି ପଠାଇଛି । ଯେଉଁଥିରେ ଲେଖାଯାଇଛି ଯେ ଆମେ ଫିଲ୍ମର ଟାଇଟଲ୍ ‘ପୃଥ୍ୱୀରାଜ’ ରୁ ‘ସମ୍ରାଟ ପୃଥ୍ୱୀରାଜ’ଙ୍କୁ ପରିବର୍ତ୍ତନ କରିବୁ |

ସୂଚନା ଥାଉ କି ‘ପୃଥ୍ୱୀରାଜ’ରେ ଅକ୍ଷୟ କୁମାରଙ୍କ ସହିତ ସଞ୍ଜୟ ଦତ୍ତ, ସୋନୁ ସୁଦ ଏବଂ ଆଶୁତୋଷ ରାଣାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ | ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଡ଼. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଦେଇଥିବାବେଳେ ଜୁନ ୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି |

ସମ୍ବନ୍ଧିତ ଖବର