ଏହି ଦୁଇ ବିଶିଷ୍ଟ ଓଡ଼ିଆ ନିର୍ଦେଶକଙ୍କ ସହ କାମ କରିନାହାନ୍ତି ରଚନା!

ଭୁବନେଶ୍ବର: ନବେ ଦଶକରେ ଓଲିଉଡରେ ଜଣେ ବଙ୍ଗୀୟ ନାୟିକା ରାଜ୍ କରୁଥିଲେ । ସେ ହେଲେ ରଚନା । ରଚନା ପ୍ରଖ୍ୟାତ ନିର୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦେଶିତ ‘ସାଗର ଗଙ୍ଗା’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ । ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ ଭାଇ ହେଲା ଭଗାରୀ’ ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ହେବା ପରେ ଓଲିଉଡରେ ଷ୍ଟାର୍ ବନିଥିଲେ ରଚନା ବାନାର୍ଜୀ । ଏହାପରଠୁଁ ୨୦୦୨ ଯାଏଁ ନିଃସନ୍ଦେହରେ ରଚନା ଥିଲେ ଓଲିଉଡର ନମ୍ବର ଓ୍ଵାନ୍ ହିରୋଇନ୍ ।

image source-dailyhunt

ପଦ୍ମଶ୍ରୀ ଶିଶିର ମିଶ୍ର ଓଲିଉଡର ଜଣେ ଚର୍ଚ୍ଚିତ ନିର୍ଦେଶକ । ସେ ‘ ସିନ୍ଦୂର ବିନ୍ଦୁ’, ସୁନା ସଂସାର, ସୁବର୍ଣ୍ଣ ସୀତା, ସମୟ ବଡ଼ ବଳବାନ୍ , ଏଇ ଆମ ସଂସାର, ବସ୍ତ୍ରହରଣ , ସୁନାଭାଉଜ ଓ ସାବତ ମା’ ଭଳି ବେଶ୍ କେତୋଟି ଓଡ଼ିଆ ଛବିର ନିର୍ଦେଶନା ଦେଇଥିଲେ । କିନ୍ତୁ ଆପଣ କ’ଣ ଜାଣନ୍ତି କି ନିର୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦେଶନାରେ ଥରଟିଏ ବି କାମ କରିବାର ସୁଯୋଗ ପାଇ ନ ଥିଲେ ରଚନା ବାନାର୍ଜୀ ।


ଠିକ୍ ସେହିପରି ରଚନା ବାନାର୍ଜୀଙ୍କୁ ସୋ’ମ୍ୟାନ୍ ପ୍ରଶାନ୍ତ ନନ୍ଦଙ୍କ ସହ ବି କାମ କରିବାର ସୁଯୋଗ ମିଳିନାହିଁ।ପ୍ରଶାନ୍ତ ନନ୍ଦ ‘ଶେଷ ଶ୍ରାବଣ’ରୁ ଆରମ୍ଭ କରି ‘ଥୁକୁଲ୍’ ଯାଏଁ ନିଜ ସିନେମାରେ ମହାଶ୍ବେତାଙ୍କ ଠାରୁ ଅର୍ଚ୍ଚିତାଙ୍କ ଭଳି ନାୟିକାଙ୍କୁ ନେଇଛନ୍ତି। ହେଲେ କୌଣସି ଗୋଟିଏ ବି ସିନେମାରେ ଏଯାବତ୍ ସେ ରଚନାଙ୍କୁ ନେଇନାହାନ୍ତି।
ତେବେ ରଚନା ଓଲିଉଡର ଲୋକପ୍ରିୟ ନିର୍ଦେଶକ ମହମ୍ମଦ ମହସୀନ, ରବି କିନ୍ନାଗୀ, ରାଜୁ ମିଶ୍ର, ହର ପଟ୍ଟନାୟକ, ସଂଗ୍ରାମ ବିଶ୍ବାଳ ଓ ହିମାଂଶୁ ପରିଜା ପ୍ରମୁଖଙ୍କ ଓଡ଼ିଆ ସିନେମାରେ ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର