ଇଦ୍‌ରେ ମୁକ୍ତିଲାଭ କରିବ ‘ରାଧେ’

ସଲମାନ ଖାଁଙ୍କ ଦ୍ବାରା ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’ର ମୁକ୍ତିଲାଭ ତାରିଖ ଆଉ ଘୁଞ୍ଚିବ ନାହିଁ। ଆସନ୍ତା ମେ’ ୧୩ରେ ଏହା ଇଦ୍‌ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏନେଇ ନେଇ ଆଜି ନିଜେ ଭାଇଜାନ୍ ସୂଚନା ଦେଇଛନ୍ତି। ଏହା ସହିତ ଏହାକୁ ଜିପ୍ଲେକ୍ସରେ ମଧ୍ୟ ମୁକ୍ତିଲାଭ କରାଯିବ। ଦର୍ଶକ ଯେତେଥର ଦେଖିବେ ସେତେଥର ଟଙ୍କା ଦେବେ। ଅର୍ଥାତ୍ ‘ପେ ପର୍ ଭ୍ୟୁ’ ଅନୁସାରେ ଦର୍ଶକଙ୍କ ପାଖରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଚଳଚ୍ଚିତ୍ରର ଟ୍ରେଲର୍‌ ୟୁଟ୍ୟୁବ୍‌ର ଅଫିସିଆଲ୍ ସାଇଟ୍‌ରେ ମୁକ୍ତିଲାଭ କରିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ଭାଇଜାନ୍ ତାଙ୍କ ପ୍ରଶଂସକଙ୍କୁ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ଭାରତ ସମେତ ଏହା ଦେଶର ୪୦ ଦେଶରେ ମୁକ୍ତିଲାଭ କରାଯିବ।

ସମ୍ବନ୍ଧିତ ଖବର