ସୁଟିଂ ସେଟରେ ରାଗରେ ଅଭିନେତାଙ୍କୁ ରାଧିକା ଚାପୁଡାଟାଏ ପାକଇଥିଲେ

ନିକଟ ଅତୀତରେ ରିଲିଜ୍‌ ହୋଇଥିବା ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଫିଲ୍ମ ‘ପ୍ୟାଡ୍‌ ମ୍ୟାନ୍‌’କୁ ଦର୍ଶକେ ବହୁତ ପ୍ରଶଂସା କରିଥିଲେ। ଏପରିକି ଫିଲ୍ମ ସମାଲୋଚକମାନେ ମଧ୍ୟ ତା’କୁ ପସନ୍ଦ କରିଥିଲେ। ସେ ଫିଲ୍ମରେ ନିଜର ହଟ୍‌ ଇମେଜ୍‌ଠୁ ସଂପୂର୍ଣ୍ଣ ଅଲଗା ଭୂମିକାରେ ଆସିଥିବା ରାଧିକାଙ୍କ ଅଭିନୟ ମଧ୍ୟ ପ୍ରଶଂସନୀୟ ହୋଇଥିଲା। ଏଇ ଏବେ ଏକ ଟେଲିଭିଜନ୍‌ ଚାଟ୍‌ ସୋ’ରେ ରାଧିକା ଏକ ବିଷ୍ଫୋରକ କଥା କହିଛନ୍ତି।

ନେହା ଧୂପିୟାଙ୍କର ସେ ଚାଟ୍‌ ସୋ’ରେ ରାଧିକା କହିଛନ୍ତି ଏକ ତାମିଲ୍‌ ଫିଲ୍ମରେ ଅଭିନୟ କରିବା ସମୟରେ ତାଙ୍କ ପ୍ରତି ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ବଡ଼ ଅଭିନେତା ଅଭଦ୍ର ଆଚରଣ କରିଥିଲେ। ସେ କହିଛନ୍ତି, ପ୍ରଥମ ଦିନର ସୁଟିଂବେଳେ ସେଟ୍‌ରେ ପାଖାପାଖି ବସିଥିବା ସମୟରେ ଉକ୍ତ ଅଭିନେତା ଜଣକ ପାଦରେ ରାଧିକାଙ୍କ ପାଦକୁ ସଲସଲ କରିଥିଲେ। ତାଙ୍କର ବ୍ୟବହାରରେ ରାଧିକା ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ସେ ଅଭିନେତାଙ୍କ ସହିତ ତାଙ୍କର ସେହିଦିନ ହିଁ ପ୍ରଥମ ଭେଟ ହୋଇଥିଲା। ରାଗରେ ରାଧିକା ତାଙ୍କ ଗାଲରେ ଠୋ କିନା ଏକ ଶକ୍ତ ଚାପୁଡ଼ା ମାରିଥିଲେ।

ଉଲ୍ଲେଖନୀୟ ଯେ ରାଧିକା ପ୍ରାୟ ସବୁବେଳେ ବିତର୍କ ଭିତରେ ରହି ଆସିଛନ୍ତି। ସୋସିଆଲ୍‌ ମିଡିଆରେ ସେ ବହୁତ ସକ୍ରିୟ। ପ୍ରଶଂସକଙ୍କ ସହିତ ନିୟମିତ ଭାବେ ସେ ନିଜର ଫଟୋ ଓ ଭିଡିଓ ସେୟାର୍‌ କରନ୍ତି। କିଛିଦିନ ତଳେ ସମୁଦ୍ର କୂଳରେ ବିକିନି ପିନ୍ଧି ହାତରେ ବିୟର୍‌ ଗ୍ଲାସ୍‌ ଧରିଥିବା ନିଜର ଏକ ଫଟୋକୁ ସେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ କରିଥିଲେ। ସେଥିପାଇଁ କିଛି ଲୋକ ତାଙ୍କୁ ଭୀଷଣ ଗାଳି ଦେଇଥିଲେ।

ସମ୍ବନ୍ଧିତ ଖବର