ରେଡ଼ିଓ ଚକଲେଟର ‘ରଜ ରାଜକୁମାରୀ’ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ

ଭୁବନେଶ୍ୱର: ରେଡ଼ିଓ ଚକଲେଟ ୧୦୪ ଏଫଏମ ଧୁମ ମିଠା ପକ୍ଷରୁ ଆୟୋଜିତ ରଜ ରାଜକୁମାରୀ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀଙ୍କୁ ଆଜି ପୁରସ୍କାର ଦେଇ ସମ୍ମାନିତ କରାଯାଇଛି | ଜୁନ ୧୦ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ  ପାଖାପାଖି ୧୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ | ପ୍ରତିଯୋଗିତାର ନିୟମ ମୁତାବକ ରଜ ଉପଲକ୍ଷେ ଘରେ ମା’ମାନେ ପିଠା ପ୍ରସ୍ତୁତ କରି ସେମାନଙ୍କ ରାଜକୁମାରୀ(ଝିଅ)ମାନଙ୍କୁ ଖୁଆଉଥିବାର ଭିଡିଓ ପଠାଇବାକୁ କୁହାଯାଇଥିଲା |

କରୋନା କଟକଣା ଯୋଗୁଁ ଘରେ ରଜ ଉତ୍ସବକୁ ପାଳନ କରି ଭିଡିଓ ସୁଟିଂ କରି ପଠାଇବାକୁ ଜୁନ ୧୦ରୁ ଅଭିଯାନ ଆରମ୍ଭ ହୋଇଥିଲା | ଆଉ ଏଥିରେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭିଡିଓ ପଠାଇଥିଲେ | ଏଥିରୁ ଶ୍ରେଷ୍ଠ ୨୦ ଜଣଙ୍କୁ ଆଜି ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ‘ରଜ ରାଜକୁମାରୀ’ର ପ୍ରାୟୋଜକ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ରେଡ଼ିଓ ଚକଲେଟର ମାର୍କେଟିଙ୍ଗ ବିଭାଗ ମୁଖ୍ୟ ଲିଙ୍ଗରାଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ରେଡ଼ିଓ ଚକଲେଟର ପ୍ରୋଗ୍ରାମିଙ୍ଗ ମୁଖ୍ୟ ସଂଗ୍ରାମ ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |

ସମ୍ବନ୍ଧିତ ଖବର