ବାହୁବଳୀ ଓ ଭଲାଲ ଦେବ ପିନ୍ଧିଲେ ମାସ୍କ

ମୁମ୍ବାଇ: ସାରା ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢେଇ କରୁଛି | ଏଭଳି ପରିସ୍ଥିତିରେ ସରକାର ଏବଂ ସେଲିବ୍ରିଟିମାନେ ଜନସାଧାରଣଙ୍କୁ ଘରେ ରହିବାକୁ ଏବଂ ସତର୍କତା ଅବଲମ୍ବନ କରିବାକୁ କହୁଛନ୍ତି। ଏଭଳି ପରିସ୍ଥିତିରେ ଏବେ ବାହୁବଲୀ ଚଳଚ୍ଚିତ୍ରରୁ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି | ଭାରତର ମେଗାବଜେଟ ଚଳଚ୍ଚିତ୍ର ବାହୁବଲୀରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । କରୋନା ଭୂତାଣୁ ଦ୍ୱାରା ହେଉଥିବା ଯୁଦ୍ଧରେ ଅମରେନ୍ଦ୍ର ବାହୁବଲୀ ଏବଂ ଭଲାଲ ଦେବ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଯୁଦ୍ଧ କ୍ଷେତ୍ରକୁ ଆସିଛନ୍ତି ।


ଦୁହେଁ ମାସ୍କ ପିନ୍ଧି ପରସ୍ପରର ମୁହାଁମୁହିଁ ହୋଇଛନ୍ତି । ଏହି ଭିଡିଓକୁ ବାହୁବଲୀ ନିର୍ଦ୍ଦେଶକ ଏସ୍ ରାଜମୋଉଲି ଟ୍ୱିଟରରେ ସେୟାର କରିଛନ୍ତି। ଏଠାରେ ସୂଚନା ଥାଉ କି ବାହୁବଲୀ ଫିଲ୍ମ ଦେଶ ତଥା ବିଶ୍ୱର ଅନେକ ରେକର୍ଡ ଭାଙ୍ଗିଛି | ଏହି ଚଳଚ୍ଚିତ୍ରରେ ପ୍ରଭାସ, ଅନୁଷ୍କା ଶେଟ୍ଟିଙ୍କ ସହ ରାଣା ଦଗୁବତୀ, ରମିୟା କୃଷ୍ଣନ୍, ସତ୍ୟରାଜ, ତମନ୍ନା ଭାଟିଆ ପ୍ରମୁଖ ଅଭିନୟ କରିଥିଲେ |

ସମ୍ବନ୍ଧିତ ଖବର