ଜେଲ୍ରୁ ବାହାରିବା ପରେ ଅଭିନେତା ରାଜ୍ପାଲ ଯାଦବଙ୍କ ବୟାନ, କହିଲେ; କିଛି ବିଶ୍ୱସ୍ତ ଲୋକ ବିଶ୍ୱାସଘାତକତା କରିଛନ୍ତି
ନୂଆଦିଲ୍ଲୀ : କରଜ ନେଇ ଶୁଝି ନ ପାରିବାରୁ ଜେଲଦଣ୍ଡ ଭୋଗୁଥିଲେ ବଲିଉଡ୍ର ହାସ୍ୟ ଅଭିନେତା ରାଜପାଲ ଯାଦବ । ଏବେ ସେ ଜେଲ୍ରୁ ମୁକୁଳିବା ପରେ ନିଜ ଦୁଃଖ ଜଣାଇଛନ୍ତି । କିଛି ବିଶ୍ୱସ୍ତ ଲୋକ ବିଶ୍ୱାସଘାତକତା କରିଥିବା କହିଛନ୍ତି ରାଜପାଲ । ଫେବୃଆରି ମାସ ଶେଷ ଆଡ଼କୁ ଜେଲରୁ ମୁକୁଳିବା ପରେ ସେ ଏଭଳି ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କୁ କହିବା ଅନୁଯାୟୀ, କିଛି ଲୋକ ଯେଉଁମାନଙ୍କ ଉପରେ ମୁଁ ସବୁଠାରୁ ଅଧିକ ବିଶ୍ୱାସ କରିଥିଲି । ସେମାନେ ମୋ ବିଶ୍ୱାସରେ ବିଷ ଦେଇଛନ୍ତି। ଆଇନ୍ ସମସ୍ତଙ୍କ ପାଇଁ ସମାନ । ଯାହା ପାଇଁ ମୁଁ ଅଦାଲତର ଆଦେଶକୁ ପାଳନ କରୁଛି । କାହାର ନାଁ ନ ନେଇ ସେ ଏଭଳି ବୟାନ ଦେବା ସହ ଅଧିକ କିଛି କହିବା ପାଇଁ ମନା କରି ଦେଇଛନ୍ତି ରାଜପାଲ ।
ସୂଚନା ମୁତାବକ, ରାଜପାଲ ଯାଦବଙ୍କ ଚେକ୍ ବାଉନ୍ସ ହେବା ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ୩ମାସ ପାଇଁ ଜେଲ ପଠାଇ ଦେଇଥିଲେ । ଏବେ ସେ ଜେଲଦଣ୍ଡ ଭୋଗି ମୁକୁଳିଥିବା ଜଣା ପଡ଼ିଛି ।