ମୋତେ ପାଗଳ କୁକୁର କାମୁଡ଼ି ନାହିଁ ଯେ……; ଆଲିଆଙ୍କ ସହ ବିବାହକୁ ନେଇ ଏଭଳି କହିଲେ ରଣବୀର

ମୁମ୍ବାଇ: ଗତ କିଛି ବର୍ଷ ହେଲାଣି ପ୍ରେମ ସଂପର୍କରେ ଥିଲେ ବି ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ। ଅନେକ ଥର ଦୁହିଁଙ୍କ ବିବାହ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରେମୀଯୁଗଳ ଗୁଜବ ବୋଲି କହି ମନା କରିଆସିଛନ୍ତି। ହେଲେ ‌ଏବେ ପୁଣି ଥରେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ବିବାହ ପାଇଁ ଯୋଜନା କରିସାରିଥିବା କଥା ରଣବୀର ମାନି ନେଇଥିଲେ ବି ବିବାହର ତାରିଖ କହିବାକୁ ମନା କରିଛନ୍ତି।

କେଉଁ ତାରିଖରେ ଆଲିଆ ଭଟ୍ଟଙ୍କ ସହ ବିବାହ କରିବାକୁ ଯାଉଛ ବୋଲି ପଚରାଯିବା ପରେ ପ୍ରତିକ୍ରିୟା ପ୍ରକାଶ କରି ରଣବୀର କପୁର କହିଛନ୍ତି ଯେ, ମୋତେ ପାଗଳ କୁକୁର କାମୁଡ଼ି ନାହିଁ ଯେ ମୁଁ ଗଣମାଧ୍ୟମକୁ ମୋ ବିବାହର ତାରିଖ କହିବି। କିନ୍ତୁ ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ମୁଁ ଏବଂ ଆଲିଆ ଉଭୟ ବିବାହ ବନ୍ଧନରେ ବାନ୍ଧିହେବାକୁ ପ୍ରସ୍ତୁତ। ଆମେ ଯୋଜନା କରୁଛୁ। ଆଶା କରୁଛି ଏହା ଶୀଘ୍ର ହେବ। ତାରିଖ ପ୍ରକାଶ କରିବାକୁ ମନା କରିଥିଲେ ବି ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଥିବା ଏକପ୍ରକାର ସ୍ପଷ୍ଟ କରିଛନ୍ତି ରଣବୀର।

ଗତ ମାସରେ ଖବର ଆସିଥିଲା ​​ଯେ ଉଭୟ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏପ୍ରିଲ ମାସରେ ପରିବାର ଏବଂ ଘନିଷ୍ଠ ସଂପର୍କୀୟଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେବେ। ହେଲେ ପରେ ପରେ ବିବାହ ନେଇ ଅନ୍ୟ କୌଣସି ସୂଚନା ମିଳିନଥିଲା।

 

ସମ୍ବନ୍ଧିତ ଖବର