ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁର ବଲିଉଡ ପ୍ରଶଂସକଙ୍କ ପସନ୍ଦର ଦମ୍ପତି ବୋଲି ଜଣାଶୁଣା। ‘ବ୍ରହ୍ମାସ୍ତ୍ର’ ଭଳି ହିଟ ସିନେମା ଦେଇଥିବା ଏହି ଯୋଡ଼ିଙ୍କୁ ପ୍ରଶଂସକମାନେ ସେବେଠାରୁ ଭଲ ପାଇବା ଦେଉଛନ୍ତି, ଯେବେଠାରୁ ଦୁହେଁ ଡେଟ କରିବା ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିବାହର ୭ମାସ ପରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହୋଇଛନ୍ତି। ଆଲିଆ ଏପ୍ରିଲ ୧୪, ୨୦୨୨ରେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଥିବା ବେଳେ ଆଜି ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦମ୍ପତିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଆଲିଆ ଭଟ୍ଟଙ୍କ ପ୍ରସବ ଏଚଏନ ରିଲାଏନ୍ସ ହସ୍ପିଟାଲରେ କରାଯାଇଛି। ମା’ ବନିବା ପରେ ଆଲିଆ ଏହି ଖୁସି ଖବରକୁ ନିଜର ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।
ତେବେ ଆଲିଆଙ୍କ କନ୍ୟା ସନ୍ତାନ ହେବା ଖବର ସାମ୍ନାକୁ ଆସିବା ଆଉ ଏକ ଖବର ଚର୍ଚ୍ଚାକୁ ଆସିଛି। ୨୦୧୯ରେ ରଣବୀର ଓ ଆଲିଆ ‘ଗଲି ବଏ’ ପ୍ରମୋଟ କରିବା ପାଇଁ ‘ସୁପର ଡ୍ୟାନ୍ସ-୩’ରେ ପହଁଞ୍ଚିଥିଲେ।
ସୋ’ର ଜଣେ ପ୍ରତିଯୋଗୀ ସକ୍ଷମ ଶର୍ମା ଯେତିକି ନିଜ ନୃତ୍ୟ ପାଇଁ ଜଣାଶୁଣା ଥିଲେ ସେତିକି ନିଜର ମଜାଳିଆ ଇଂରାଜୀ ଭାଷା ପାଇଁ ବି ଚର୍ଚ୍ଚାକୁ ଆସିଥିଲେ। ତେବେ ସୋ’ରେ ସକ୍ଷମ ରଣବୀର ସିଂଙ୍କ ନାମର ଉଚ୍ଚାରଣ ଇଂରାଜୀରେ ‘ଆରଏଏନଭିଏଇ ଏସଆଇଏନଜି’ ଏଭଳି ଭାବେ କରିଥିଲେ।
ଏହାକୁ ନେଇ ରଣବୀର କହିଥିଲେ ଯେ ହଁ ମୋ ନାମକୁ ଫ୍ରେନଚରେ ଏଭଳି ଭାବେ କୁହାଯାଇଥାଏ। ସେହିଭଳି ଭାବେ ସକ୍ଷମ ଆଲିଆଙ୍କ ନାମର ସ୍ପେଲିଂ ‘ଏଏଲଏମଏଏ’ କରିଥିଲେ । ଯାହାକୁ ଅଲମା ବୋଲି ପଢ଼ା ଯାଉଥିଲା। ସେହି ସମୟରେ ଆଲିଆ କହିଥିଲେ ଯଦି ମୋର ଭବିଷ୍ୟତରେ ଝିଅ ହୁଏ ମୁଁ ତାର ନାମ ‘ଅଲମା’ ରଖିବି।
ତେବେ ଏବେ ଖବର ଉଠୁଛି କି ଆଲିଆ ମଞ୍ଚରେ ଦେଇଥିବା ଏହି କଥା ରଖିବେ କି ନାହିଁ?