‘ପିଏମ କେଆରସ ଫଣ୍ଡ’କୁ ୧କୋଟି ଟଙ୍କା ଲେଖାଏଁ ଦାନ କଲେ କାର୍ତ୍ତିକ ଆର୍ଯ୍ୟନ ଓ ରଣଦୀପ ହୁଡ଼ା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭୂତାଣୁ (କୋଭିଡ -୧୯ ) ବିରୋଧରେ ଯୁଦ୍ଧ କରୁଛି। ଏହି ମହାମାରୀର ବିସ୍ତାରକୁ ରୋକିବା ପାଇଁ ଭାରତରେ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହି ବିପଜ୍ଜନକ ଭୂତାଣୁ ସହ ଦେଶ ଲଢେଇ କରୁଥିବା ବେଳେ ସରକାରଙ୍କୁ ଏହି ଲଢେଇରେ ସାହାଯ୍ୟ କରିବା ପାଇଁ ସାଧାରଣ ମଣିଷଠାରୁ ଆରମ୍ଭ କରି ବଲିଉଡର ସେଲିବ୍ରିଟିମାନେ ସହାୟତା ରାଶି ଦାନ କରୁଥିବା ଦେଖା ଯାଉଛି। ଶନିବାର ପିଏମ କେଆରସ ଫଣ୍ଡ ନାମକ ଏକ ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାପନ କରିବା ପରେ ଅନେକ ନେତା-ଅଭିନେତାମାନେ ଫଣ୍ଡକୁ କୋଟି କୋଟି ଟଙ୍କା ଦାନ କରୁଥିବା ଦେଖାଯାଇଛି |

Love Aaj Kal 2: Kartik Aaryan Gets His Wingman In Randeep Hooda ...
Koimoi

ଏବେ ଏହି ଅଭିଯାନରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ଯୋଗ ଦେଇଛନ୍ତି। କାର୍ତ୍ତିକ ଆର୍ଯ୍ୟନ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଏକ କୋଟି ଟଙ୍କା ଜମା କରିଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କେବଳ କାର୍ତ୍ତିକ ନୁହନ୍ତି ବଲିଉଡ ଅଭିନେତା ରଣଦୀପ ହୁଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଏକ କୋଟି ଟଙ୍କା ଜମା କରିଛନ୍ତି | ରଣଦୀପ ନିଜ ସାଥି ବ୍ୟବସାୟୀ ଜୟ ପଟେଲଙ୍କ ସହ ମିଶି ୧କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣା ପଡିଛି |

ସମ୍ବନ୍ଧିତ ଖବର