ନୱାଜୁଦ୍ଦିନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ଅଭିନେତ୍ରୀ ଋଚା ଚଢା

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଅଭିନୀତ ଫିଲ୍ମ‘ଠାକ୍‌ରେ’କୁ ସୋସିଆଲ୍‌ ମିଡ଼ିଆରେ ଯଥେଷ୍ଟ ପ୍ରତିକ୍ରିୟା ମିଳୁଛି। କେହି ଏହା ସପକ୍ଷରେ ମତ ଦେଉଛି ତ କେହି ଏହାର ସମାଲୋଚନା କରିଛନ୍ତି। ଅଭିନେତ୍ରୀ ଋଚା ଚଢା ଏହି ଫିଲ୍ମ ପାଇଁ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀଙ୍କର ସମାଲୋଚନା କରିଛନ୍ତି। ଗ୍ୟାଙ୍ଗ୍‌ସ ଅଫ୍‌ ଓ୍ଵାସେପୁର’ରେ ନୱାଜୁଦ୍ଦିନ ସିଦ୍ଦିକୀଙ୍କ ସହ କଳାକାର ଥିବା ଋଚା ଚଢା ଟ୍ଵିଟ୍‌ କରି ‘ଅରେ ଇ ହମରା ଫୈଜଲ୍‌ ତୋ ବାଇ ପୋଲାର୍‌ ନିକ୍‌ଲା’। ଋଚାଙ୍କର ଏହି ଇସାରା ସ୍ପଷ୍ଟ ଭାବେ ସିଦ୍ଦିକୀଙ୍କ ଅଭିନୀତ ‘ମଣ୍ଟୋ’ଫିଲ୍ମର ଚରିତ୍ର ଆଡକୁ କରୁଛି। ଗ୍ୟାଙ୍ଗ୍‌ସ ଅଫ୍‌ ଓ୍ଵାସେପୁର୍‌ରେ ଅଭିନେତା ନୱାଜୁଦ୍ଦିନଙ୍କ ଚରିତ୍ର ର ନାଆଁ ଥିଲା ଫେଜଲ୍‌ ଖାନ୍‌।


ଦକ୍ଷିଣ ଭାରତୀୟ ସିଦ୍ଧାର୍ଥ ମଧ୍ୟ ‘ଠାକ୍‌ରେ’ ଫିଲ୍ମରେ ଟ୍ରେଲର ଲଞ୍ଚ୍‌ ହେବାପରେ ଟ୍ଵିଟ୍‌ କରିଛନ୍ତି। ନୱାଜୁଦ୍ଦିନ ଏହି ଫିଲ୍ମରେ ‘ଉଠାଓ ଲୁଙ୍ଗି ବଜାଓ ପୁଙ୍ଗି’ଭଳି ଭାଷାର ପ୍ରୟୋଗ କରିଛନ୍ତି। ଏହା ସ୍ପଷ୍ଟ ଭାବେ ଦକ୍ଷିଣ ଭାରତୀୟମାନଙ୍କ ବିରୋଧରେ ବ୍ୟବହୃତ ହୋଇଛି। ‘ଠାକ୍‌ରେ’ଫିଲ୍ମର ଟ୍ରେଲରକୁ ଅନେକ ଲୋକ ପସନ୍ଦ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର