‘ବାହୁବଲୀ’ ରେକର୍ଡ ଭାଙ୍ଗିବାରେ ବିଫଳ ହେଲା ‘ସାହୋ’, ପ୍ରଥମ ଦିନରେ ଆୟ କଲା ୬୮କୋଟି

ମୁମ୍ବାଇ : ଗତକାଲି ରିଲିଜ୍‌ ହୋଇଥିଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ । ଫିଲ୍ମ ରିଲିଜ୍‌ ଦିନ ବିଭିନ୍ନ ସ୍ଥାନରେ ଅନେକ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଫିଲ୍ମ ପ୍ରଥମ ଦିନରେ ୬୮କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି । ରିଲିଜ୍‌ ଦିନ ଅନେକ ସ୍ଥାନରେ ମର୍ଣ୍ଣିଙ୍ଗ୍‌ ସୋ’ ରଦ୍ଦ ହୋଇଯିବା ସହ ଟିକେଟ ସମସ୍ୟା ଦେଖା ଦେଇଥିଲା । ଏତେ ସବୁ ପରେ ଫିଲ୍ମଟି ଭଲ ଆରମ୍ଭ କରିଥିଲା । କିନ୍ତୁ ଫିଲ୍ମକୁ ଦେଖିବା ପରେ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି । କିଛି ଫିଲ୍ମକୁ ପସନ୍ଦ କରି  ନଥିବା ବେଳେ କିଛି ପସନ୍ଦ କରିଛନ୍ତି । କିନ୍ତୁ ଫିଲ୍ମଟି ବାହୁବଲୀର ପ୍ରଥମ ଦିନର ରେକର୍ଡ ଭାଙ୍ଗି ପାରି ନ ଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ‘ବାହୁବଲୀ ୨: ଦ କନ୍‌କ୍ଲୁଜନ’ ରିଲିଜ୍‌ର ପ୍ରଥମ ଦିନ ହିଁ ୧୨୧କୋଟି ଟଙ୍କା ଆୟ କରିଥିଲା । ଏହାର ହିନ୍ଦୀ ସଂସ୍କରଣ ୪୧କୋଟି ଟଙ୍କା ଆୟ କରିଥିବା ବେଳେ ତାମିଲ, ତେଲୁଗୁ ଓ ମଲୟାଲମ ସଂସ୍କରଣ ୮୦କୋଟି ଟଙ୍କା ଆୟ କରିଥିଲା । ୨୫୦କୋଟି ବଜେଟ୍‌ରେ ତିଆରି ହୋଇଥିବା ଫିଲ୍ମଟି  ୬,୫୦୦ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିଲା । କିନ୍ତୁ ପ୍ରଭାସ ନିଜ ପୂର୍ବ ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର