ଏଯାଏଁ ଏତିକି ଟଙ୍କା ଇନକମ କଲାଣି ‘ସାହୋ’

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ପ୍ରଭାସ, ଶ୍ରଦ୍ଧା କପୁର ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ହିନ୍ଦୀ ଭର୍ସନ ବକ୍ସଅଫିସରେ ହଙ୍ଗାମା କରିଛି। ଏହା ପ୍ରଥମ ଦିନ ୨୪ କୋଟି ଟଙ୍କାର କଲେକସନ୍ କରିଥିବା ବେଳେ ଦ୍ବିତୀୟ ଦିନ ଏହା ୨୩ କୋଟି ଟଙ୍କାର କଲେକସନ୍ କରିଥିଲା | ସାହୋ କୁ ନେଇ ସିନେ ସମୀକ୍ଷକଙ୍କର ଭଲ ରିଭ୍ୟୁ ମିଳିନଥିଲେ ବି ଏହାର ପ୍ରଭାବ ଦର୍ଶକଙ୍କ ଉପରେ ପଡ଼ିପାରିନାହିଁ | ସାହୋ ବର୍ତ୍ତମାନ ସୁଦ୍ଧା ୩୫୦ କୋଟି ଟଙ୍କା ଆୟ କରିସାରିଲାଣି |

ସାହୋ ର ହିନ୍ଦୀ ଭର୍ସନ ହିଟ ସାବ୍ୟସ୍ତ ହୋଇଥିବାବେଳେ ମୋଟ ୧୧୫ କୋଟି ଟଙ୍କା ଇନକମ କରିଛି | କୁହାଯାଉଛି ରିଲିଜର ୭ମ ଦିନରେ ଅର୍ଥାତ ସେପ୍ଟେମ୍ବର ୫ରେ ଏହି ସିନେମା ଭଲ ବ୍ୟବସାୟ କରିଛି | ଗୁରୁବାର ଦିନ ସାହୋ ହିନ୍ଦୀ ଭର୍ସନରେ ପାଖାପାଖି ୬ କୋଟି ଟଙ୍କା ଇନକମ କରିଥିଲା |

ତେବେ ଫିଲ୍ମକୁ ଦେଖିବା ପରେ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି । କିଛି ଫିଲ୍ମକୁ ପସନ୍ଦ କରି ନଥିବା ବେଳେ କିଛି ପସନ୍ଦ କରିଛନ୍ତି । କିନ୍ତୁ ଫିଲ୍ମଟି ‘ବାହୁବଲୀ’ର ପ୍ରଥମ ଦିନର ରେକର୍ଡ ଭାଙ୍ଗି ପାରି ନ ଥିଲା ।

ସମ୍ବନ୍ଧିତ ଖବର