ଏହି କଥା ଶିଖାଇଥିବାରୁ ଦ୍ୱିତୀୟ ବିବାହ ପରେ ମଧ୍ୟ ପ୍ରଥମ ପତ୍ନୀ ଅମୃତାଙ୍କ ପାଖରେ ଋଣୀ ହୋଇ ରହିଛନ୍ତି ସୈଫ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ଦ୍ୱିତୀୟ ବିବାହ କରିସାରିଥିଲେ ମଧ୍ୟ ଏବେ ବି ନିଜ ପ୍ରଥମ ପତ୍ନୀଙ୍କ ଋଣ ଭୁଲି ନାହାନ୍ତି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ । କେହି ସାଥ୍‌ ଦେଇ ନ ଥିବା ବେଳେ ତାଙ୍କ ପ୍ରଥମ ପତ୍ନୀ ତଥା ଅଭିନେତ୍ରୀ ଅମୃତା ସିଂହ କିଭଳି ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲେ, ତାହା ସେ ଏବେ ବି ଭୁଲି ନାହାନ୍ତି । ଏକ ସାକ୍ଷାତକାରରେ ସେ ଅମୃତାଙ୍କୁ ନେଇ କହିଥିବା କଥାରୁ ତାହା ସ୍ପଷ୍ଟ ଜଣାପଡ଼ିଛି ।

अमृता सिंह
amarujala.com

କିଛି ଦିନ ତଳେ ସେ ଦେଇଥିବା ସାକ୍ଷାତକାରରେ କହିଥିଲେ କି, ଅମୃତାଙ୍କ ପାଇଁ ମୁଁ ସଫଳ ଅଭିନେତା ବନି ପାରିଥିଲି । ମୁଁ ୨୦ବର୍ଷ ବୟସରେ ଘର ଛାଡ଼ି ଚାଲି ଆସିବା ସହ ଅମୃତାଙ୍କୁ ବିବାହ କରିଥିଲି । ସେ ସମୟରେ ମୋର ସାଥ୍‌ କେହି ଦେଇ ନଥିଲେ । ଅମୃତା ହିଁ ମୋତେ ପରିବାର, କାମ ଓ ବ୍ୟବସାୟକୁ ଗମ୍ଭୀରତାର ସହ ନେବା ଶିଖାଇଥିଲେ । ସେ ମୋତେ କହିଥିଲେ କି, ଯଦି ତୁମେ ତୁମ ଲକ୍ଷ୍ୟ ଉପରେ ହସୁଛ, ତେବେ ତୁମେ ତାହାକୁ କେବେ ହେଲେ ବି ହାସଲ କରି ପାରିବ ନାହିଁ ।

ସମ୍ବନ୍ଧିତ ଖବର