ପତ୍ନୀ କରୀନା କପୁର୍‌ଙ୍କର ଡ୍ରେସ୍‌ ଦେଖି ରାଗିଗଲେ ସୈଫ୍‌! କହିଲେ ‘ଯାଅ, ଡ୍ରେସ୍‌ ବଦଳାଇ କରି ଆସ!

ନୂଆଦିଲ୍ଲୀ: ବଲିଉଡ଼୍‍ର ଜଣାଶୁଣା  ଅଭିନେତ୍ରୀ କରୀନା କପୁର ଖାନ୍‌ ନିଜ ଅଭିନୀତ ଫିଲ୍ମ ‘ବୀରେ ଦି ଓ୍ଵଡ଼ିଙ୍ଗ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଥିବାବେଳେ ସେ ନିଜର  ଅଲଗା ଅଲଗା ଅବତାରରେ ମଧ୍ୟ ନଜର ଆସୁଛନ୍ତି। ଯେଉଁ କାରଣକୁ ନେଇ ଅଭିନେତ୍ରୀ  କରୀନାଙ୍କୁ କେତେବେଳେ ଭାରତୀୟ ଶୈଳରେ ତ ଆଉ  କେତେବେଳେ ସୁନ୍ଦର ପାଶ୍ଚାତ୍ୟ ଆନ୍ଦାଜ୍‌ରେ ଦେଖିବାକୁ ପାଉଛନ୍ତି ତାଙ୍କର ପ୍ରଶଂସକଙ୍କ। ହେଲେ କରୀନାଙ୍କର ହଟ୍‌ ଏବଂ ସୁନ୍ଦର ଲୁକ୍‌କୁ କିନ୍ତୁ ନାପସନ୍ଦ କରିଛନ୍ତି ପତି ସୈଫ୍‌ ଅଲ୍ଲୀ ଖାନ୍‌। କେବଳ ଯେ ଏତିକି ନୁହେଁ ବରଂ ଏନେଇ ପତି ସୈଫ୍‌ କରୀନା ପରିଧାନ କରିଥିବା କଳା ରଂଙ୍ଗର ସୁନ୍ଦର ଡ୍ରେସ୍‌କୁ ଶୀଘ୍ର ବଦଳାଇବା ଲାଗି ବି ତାଗଦ୍‌ କରିବାକୁ ପଛାଇନ ଥିଲେ।

ସୂଚନା ଅନୁସାରେ,ଏହି କଥାର ଖୁଲାସା ସେତିକି ବେଳେ ହୋଇଥିଲା ଯେତେବେଳେ ଅଭିନେତ୍ରୀ କରୀନା ତାଙ୍କ ଅଭିନୀତ ଆଗାମୀ ଫିଲ୍ମ‘ବୀରେ ଦି େଓ୍ଵଡ଼ିଂଙ୍ଗ୍‌’ର ମ୍ୟୁଜିକ୍‌ ଲଞ୍ଚ୍‌ ଅବସରରେ ପହଞ୍ଚିଥିଲେ।ଏଥିସହିତ କରୀନାଙ୍କୁ ଏହି ଅବସରରେ କଳା ରଙ୍ଗର ସୁନ୍ଦର ଏକ ଡ୍ରେସ୍‌ ପରିଧାନ କରିଥିବାର

ଦେଖାଯାଇଥିଲା। ସେହି ଡ୍ରେସ୍‌ ପରିଧାନ କରି କରୀନା ଖୁବ୍‌ ସୁନ୍ଦର ଓ ଚମତ୍କାର ଲାଗୁଥିଲେ। ତେବେ ଏହାପରେ କରୀନା ଯେତେବେଳେ ଘରକୁ ଫେରିଲେ, ସେତେବେଳେ ପତି ସୈଫ୍‌ ଅଲ୍ଲୀ ଖାନ୍‌ କରୀନାଙ୍କର ଏହି ଡ୍ରେସ୍‌ ଲୁକ୍‌ ଦେଖି ରାଗିଯାଇଥିଲେ ବୋଲି କହିଛନ୍ତି କରୀନା।ଏଥିସହିତ ସେ କରୀନାକୁ ଏ କ’ଣ ଡ୍ରେସ୍‌ ପିରିଧାନ କରିଛନ୍ତି ବୋଲି ପ୍ରଶ୍ନ ବି କରିବା ସହିତ ଶୀଘ୍ର ରୁମ୍‌କୁ ଯାଇ ସାଧାରଣ କପଡ଼ା ପରିଧାନ କରି ଆସିବାକୁ କରୀନାଙ୍କୁ ତାଗିଦ୍‌ କରି କହିଥିବା କହିଛନ୍ତି ଅଭିନେତ୍ରୀ କରୀନା।

ତେବେ ପତିଙ୍କ ତାଗିଦ୍‌ରେ  କରୀନା କହିଥିଲେ କି ତାଙ୍କର ଏହି ଡ୍ରେସ୍‌କୁ ଅନ୍ୟମାନେ ବହୁତ ପସନ୍ଦ କରୁଥିବାବେଳେ କ’ଣ ପାଇଁ ପତି ସୈଫ୍‌ଙ୍କୁ ଏହା ଭଲ ଲାଗୁନି ବୋଲି ସେ ତାଙ୍କୁ ପଚାରିଥିଲେ। ଏଥିସହିତ ଅଭିନେତ୍ରୀ  କରୀନା ସେହି ଡ୍ରେସ୍‌ରେ ଉଠାଯାଇଥିବା ତାଙ୍କର କିଛି ଫଟୋକୁ ମଧ୍ୟ ସୈଫ୍‌ଙ୍କୁ ଦେଖାଇଥିଲେ। ଏହାପରେ କରୀନାଙ୍କ ଡ୍ରେସ୍‌କୁ ଖୁବ୍‌ ପସନ୍ଦ କରିଥିଲେ ବୋଲି ହସିହସି କହିଛନ୍ତି ବଲିଉଡ଼୍‍ ଅଭିନେତ୍ରୀ କରୀନା କପୁର୍‌ ଖାନ୍‌।

 

ସମ୍ବନ୍ଧିତ ଖବର