କେଉଁ କାରଣ ପାଇଁ ‘ଭାରତ’କୁ ଡ଼ରୁଛନ୍ତି ବଲିଉଡ୍‌ର ଦବଙ୍ଗ ଖାନ୍‌? ଜାଣନ୍ତୁ କାରଣ

ମୁମ୍ବାଇ : ସୁଟିଂ ଆରମ୍ଭ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ରହି ଆସିଛି ଦବଙ୍ଗ ଖାନ୍‌ ସଲମାନ ଏବଂ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଭାରତ’ । ପ୍ରିୟଙ୍କା ଫିଲ୍ମ ଛାଡ଼ିବା ଏବଂ କ୍ୟାଟ୍ରିନାଙ୍କୁ ଏଣ୍ଟ୍ରି ମିଳିବାକୁ ନେଇ ଅନେକ ବାଦବିବାଦ ହୋଇଥିବା ବେଳେ ପରେ କ୍ୟାଟ୍ରିନାଙ୍କୁ ନିଆଯାଇ ସୁଟିଂ ଆଗକୁ ବଢ଼ିଥିଲା । ଏବେ ସୁଟିଂ ଚାଲୁ ରହିଥିବା ବେଳେ ରିଲିଜ୍‌ କଥା ଭାବି ଡ଼ରିବା ଆରମ୍ଭ କଲେଣି ଦବଙ୍ଗ ଖାନ୍‌ ସଲମାନ । ସବୁ ବେଳେ ଏବଂ ସବୁ ଫିଲ୍ମରେ ବକ୍ସ ଅଫିସରେ ରାଜ୍‌ କରୁଥିବା ସଲମାନ ‘ଭାରତ’ ଫିଲ୍ମକୁ ନେଇ ଡ଼ରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର ଏପରି ଡ଼ରିବା ପଛର କାରଣ ହେଉଛି ଫିଲ୍ମରେ ଥିବା ତାଙ୍କ ଚରିତ୍ର ଏବଂ ଫିଲ୍ମର କାହାଣୀ । ଏହି ଫିଲ୍ମରେ ତାଙ୍କର ଚରିତ୍ର ଅନ୍ୟ ଫିଲ୍ମର ଚରିତ୍ର ତୁଳନାରେ ଭିନ୍ନ ଥିବା ସହ ଫିଲ୍ମର କାହାଣୀ ମଧ୍ୟ ଅଲଗା ରହିଛି ।

aajtak.intoday.in

ସୂଚନା ମୁତାବକ, ଏହି ଫିଲ୍ମଟି ଓଡ଼୍‍ ଟୁ ମାଇ ଫାଦର ଫିଲ୍ମର ରିମେକ୍‌ ହୋଇଥିବା ବେଳେ ଫିଲ୍ମରେ ୬୦ବର୍ଷ ମଧ୍ୟରେ କ’ଣ ସବୁ ପରିବର୍ତ୍ତନ ଆସିଛି ତାହା ଦେଖାଯିବା ସହ ଯୁଦ୍ଧ ସମୟର କିଛି ଦୃଶ୍ୟ ମଧ୍ୟ ଥିବା ଜଣାପଡ଼ିଛି । ୩ ଘଣ୍ଟାର ସମୟରେ ଏତେ ସବୁକୁ କିପରି ଚିତ୍ରଣ କରାଯିବ ଏବଂ ଲୋକେ ଏହାକୁ କିପରି ଗ୍ରହଣ କରିବେ ସେ ନେଇ ଏବେ ଚିନ୍ତାରେ ସଲମାନ । ଲୋକମାନେ ସିନେମା ହଲରେ ଏତେ ସମୟ ବସିି ଯେମିତି ବିରକ୍ତ ନ ହୁଅନ୍ତି,ସେ ନେଇ ଫିଲ୍ମର ଅବଧିକୁ କମ କରିବାକୁ ସଲମାନ ଇଚ୍ଛା ଜାହିର କରିଛନ୍ତି । ୩ ଘଣ୍ଟାର ଫିଲ୍ମକୁ ଦେଢ଼ ଘଣ୍ଟା କରିବାକୁ ଚାହୁଁଛନ୍ତି । ତେବେ ଫିଲ୍ମର ସମୟ ଅବଧି କେତେ ରହିବ; ତାହା ଭବିଷ୍ୟତରେ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର