ଯୁବକଙ୍କ ଫୋନ ଛଡ଼ାଇ ଅସଦାଚରଣ କରିବାରୁ ସଲମାନ ଖାନ୍ଙ୍କ ବିରୋଧରେ ରୁଜୁ ହେଲା ମାମଲା
ମୁମ୍ବାଇ: ପୁଣି ଥରେ ବିବାଦରେ ବଲିଉଡ୍ର ଦବଙ୍ଗ ଷ୍ଟାର ସଲମାନ ଖାନ୍ । ମୁମ୍ବାଇର ଲିଙ୍କ ରୋଡ୍ରେ ଜଣେ ଯୁବକଙ୍କୁ ଗାଳି କରିବା ସହ ତାଙ୍କ ଫୋନ ଛଡ଼ାଇ ନେଇଥିବାରୁ ପୀଡ଼ିତ ସଲମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଡିଏନ୍ ନଗର ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିବା ବେଳେ ସଲମାନଙ୍କ ସୁରକ୍ଷାକର୍ମୀ ମଧ୍ୟ ଯୁବକଙ୍କ ବିରୋଧରେ ଏତଲା ଦେଇଥିବା ଜଣା ପଡ଼ିଛି । ଯୁବକଜଣଙ୍କ ସଲମାନଙ୍କ ପିଛା କରିବା ସହ ତାଙ୍କ ବିନା ଅନୁମତିରେ ତାଙ୍କର ଭିଡିଓ ନେଉଥିବାର ଅଭିଯୋଗ କରିଛନ୍ତି ସୁରକ୍ଷାକର୍ମୀ । ଅନ୍ୟ ପକ୍ଷରେ, ସୁରକ୍ଷାକର୍ମୀଙ୍କ ଅଭିଯୋଗକୁ ମିଛ ବୋଲି କହି, ମୁଁ ସଲମାନଙ୍କ ସୁରକ୍ଷାକର୍ମୀଙ୍କୁ ପଚାରିବା ପରେ ହିଁ ସଲମାନଙ୍କ ଭିଡିଓ ଉତ୍ତୋଳନ କରିଥିଲି । କିନ୍ତୁ ସଲମାନ କିଛି ନ ବୁଝି ଆସି ମୋ ହାତରୁ ଫୋନ ଛଡ଼ାଇ ନେଇଥିଲେ ଏବଂ ମୋତେ ଗାଳି ଦେଇଥିଲେ ବୋଲି କହିଛନ୍ତି ଯୁବକ ।
Sambad is now on WhatsApp
Join and get latest news updates delivered to you via WhatsApp
ସଲମାନଙ୍କ ପେଶାଦାର ଜୀବନ ବିଷୟରେ କହିବାକୁ ଗଲେ, ସେ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମର ଟ୍ରେଲର ରିଲିଜ୍ କରାଯାଇ ସାରିଥିବା ବେଳେ ଜୁନ୍ ମାସରେ ଫିଲ୍ମ ରିଲିଜ୍ ହେବ । ଏଥିରେ ସଲମାନଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି କ୍ୟାଟ୍ରିନା କୈଫ୍ ଏବଂ ଦିଶା ପଠାନୀ ।