ସଂଜୟଙ୍କ ବିବାହ ବାର୍ଷିକୀ

ପତ୍ନୀ ମାନ୍ୟତାଙ୍କ ସହ ନିଜ ୧୩ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି ସଂଜୁବାବା। ୨୦୦୮ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏନେଇ ସଂଜୁ ଇନ୍‌ଷ୍ଟାଗ୍ରାମରେ ଦୁହିଁଙ୍କର ଏକ ଫଟୋ ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ପୂର୍ବରୁ ଭଲ ପାଉଥିଲି, ଏବେ ଆହୁରି ଅଧିକ ଭଲ ପାଉଛି। ମାନ୍ୟତା ମଧ୍ୟ ସଂଜୟଙ୍କୁ ସମାନ ଢଙ୍ଗରେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ୧୯୯୬ରେ ଅଭିନେତ୍ରୀ ରିଚା ଶର୍ମାଙ୍କୁ ସଂଜୟ ବିବାହ କରିଥିଲେ ସଂଜୟ। ମାତ୍ର କର୍କଟ‌ରେ ରିଚାଙ୍କ ମୃତ୍ୟୁ ହେବା ପରେ ସଂଜୁ ରିୟା ପିଲାଇଙ୍କୁ ଦ୍ବିତୀୟ ବିବାହ କରିଥିଲେ। କିନ୍ତୁ ତାହା ବେଶି ଦିନ ତିଷ୍ଠି ପାରିନଥିଲା। ସଂଜୁଙ୍କ ନିଶା ସେବନକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବାରୁ ଉଭୟ ଅଲଗା ହୋଇଯାଇଥି‌ଲେ। ଏହା ପରେ ୨୦୦୮ ଫେବ୍ରୁଆରି ୧୧ ତାରିଖରେ ସଂଜୟ ମାନ୍ୟତାଙ୍କୁ ପ୍ରେମ ବିବାହ କରିଥିଲେ।

ସମ୍ବନ୍ଧିତ ଖବର