ନିଜ ମାଆ ନିଭାଇଥିବା ଏହି ଭୂମିକାରେ ଅଭିନୟ କରିବେ ସାରା ଅଲ୍ଲୀ ଖାନ୍

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍  ଏବଂ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ‘କେଦାରନାଥ’ ଜରିଆରେ ବଲିଉଡରେ ପାଦ ଥାପିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ସୁଶାନ୍ତି ସିଂହ ରାଜପୁତ୍। ଏହାପରେ ରଣବୀର୍ ସିଂହଙ୍କ ବିପକ୍ଷରେ ସାରା ‘ସିମ୍ବା’ରେ ନଜର ଆସିଥିଲେ। ଏ ଦୁଇ ସିନେମା ବକ୍ସ୍ ଅଫିସରେ ଭଲ ବ୍ୟବସାୟ ବି କରିଥିଲା।
ସାରା ଏଣେ ନିର୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ‘ଲଭ ଆଜ୍ କଲ୍’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଚଳିତ ମାସ ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ବ୍ୟତୀତ ସାରାଙ୍କ ହାତରେ ଫିଲ୍ମ ‘କୁଲି ନଂ ଓ୍ୱାନ୍ ’ ମଧ୍ୟ ରହିଛି। ଏଥିରେ ତାଙ୍କ ବିପକ୍ଷରେ ବରୁଣ ଧଓ୍ୱନଙ୍କୁ ଅଛନ୍ତି। ଏହା ବି ଖୁବ୍ ଶୀଘ୍ର ରିଲିଜ୍ ହେବ।

image source-filmbeats

ଏହାପରେ ସାରା ଅନ୍ୟ ଏକ ସିନେମାରେ କାମ କରିବେ ବୋଲି ଶୁଣିବାକୁ ମିଳୁଛି। ଏହା ତାଙ୍କ ମାଆ ଅମୃତା ସିଂଙ୍କ ଅଭିନୀତ ଏକ ସିନେମା। ଏହା ହେଲା ୧୯୮୬ରେ ମୁକ୍ତିଲାଭ କରିଥିବା ‘ଚମେଲି କି ଶାଦି’। ଏଥିରେ ଅମୃତା ସିଂ ନାୟିକା ଭୂମିକାରେ ଅଭିନୟ କରିଥିବା ବେଳେ ଏଥିରେ ତାଙ୍କର ନାୟକ ଥିଲେ ଅନୀଲ୍ କପୁର୍। ବାସୁ ଚାଟାର୍ଜୀ ଏହାର ନିର୍ଦେଶନା ଦେଇଥିଲେ।

‘ଚମେଲି କି ଶାଦି’ରେ ସାରା ଅଲ୍ଲୀ ଖାନଙ୍କ ନାୟକ ଭୂମିକା କିଏ ନିଭାଇବେ ତାହା ଏଯାବତ୍ ଜଣାପଡ଼ିନାହିଁ। ତେବେ ପ୍ରଥମ ଥର ଲାଗି ମାଆ ନିଭାଇଥିବା ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଥିବାରୁ ଖୁବ୍ ଉତ୍ସାହିତ ଅଛନ୍ତି ସାରା ଅଲ୍ଲୀ ଖାନ୍।

 

 

ସମ୍ବନ୍ଧିତ ଖବର