ବିଜ୍ଞାପନ ପାଇଁ ୧୦କୋଟି ଅଫର କରାଯାଇଥିଲେ ମଧ୍ୟ ଏହି କାରଣ ପାଇଁ କରିବାକୁ ମନା କଲେ ଶିଳ୍ପା
ମୁମ୍ବାଇ : ଫିଟ୍ନେସ୍ ଆଇକନ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସତର୍କ ରହିଥାନ୍ତି । ପ୍ରତିଦିନ ଯୋଗ କରି ନିଜକୁ ଫିଟ୍ ରଖିବା ସହ ଅନ୍ୟକୁ ମଧ୍ୟ ଫିଟ୍ ରହିବାକୁ ଉପଦେଶ ଦେଇଥାନ୍ତି ଶିଳ୍ପା । କିଛି ଦିନ ତଳେ ସେ ଲୋକମାନଙ୍କ ପାଖକୁ ନିଜର ଫିଟ୍ନେସ୍ ମନ୍ତ୍ର ପହଞ୍ଚାଇବା ପାଇଁ ଏକ ଆପ୍ ମଧ୍ୟ ଲଞ୍ଚ କରିଥିଲେ । ତେବେ ଶିଳ୍ପାଙ୍କୁ ୧୦କୋଟିର ବିଜ୍ଞାପନ ଅଫର କରାଯାଇଥିଲେ ମଧ୍ୟ ସେ କରି ନଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଶିଳ୍ପାଙ୍କୁ ଏକ ଆର୍ୟୁବେଦିକ କମ୍ପାନୀ ପତଳା କରୁଥିବା ବଟିକାର ବିଜ୍ଞାପନ କରିବା ପାଇଁ ଅଫର ଦେଇଥିଲା । ଯାହା ପାଇଁ କମ୍ପାନୀ ୧୦କୋଟି ଟଙ୍କା ମଧ୍ୟ ଦେଉଥିବା ବେଳେ ଶିଳ୍ପା ଏହି ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ । ତାଙ୍କ ଅନୁଯାୟୀ, ଯେଉଁ ଜିନିଷ ଉପରେ ମୋର ବିଶ୍ୱାସ ନାହିଁ, ସେ ଜିନିଷର ବିଜ୍ଞାପନ ମୁଁ କରି ପାରିବି ନାହିଁ । ବଟିକା ଖାଇବା ଦ୍ୱାରା ତାହାର ପ୍ରଭାବ କିଛି ସମୟ ରହିଥାଏ । କିନ୍ତୁ ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଦିନଚର୍ଯ୍ୟା ଠିକ୍ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ନିଜକୁ ଫିଟ୍ ରଖି ପାରିବେ ନାହିଁ ବୋଲି କହିଛନ୍ତି ଶିଳ୍ପା । ଅନ୍ୟ ପକ୍ଷରେ, ଶିଳ୍ପାଙ୍କ କାମ ଏବେ ତାଙ୍କୁ ପ୍ରଶଂସାର ପାତ୍ର ବନାଇ ପାରିଛି ।