ଅକ୍ଷୟ-ତବୁଙ୍କ ଗୀତର ମଜାଦାର ମିମ୍ ସେୟାର୍‌ କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ବଲିଉଡ୍‌ ଷ୍ଟାର୍‌ ଅଜୟ ଦେବଗନ୍‌ ଓ ତବୁଙ୍କୁ ନେଇ ହୋଇଥିବା ଏକ ମଜାଦାର ମିମ୍ ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। କିଭଳି ଭାବେ ପ୍ରତ୍ୟେକ ଲୋକ ସପ୍ତାହର ଶେଷ ଦିନକୁ ଅପେକ୍ଷା କରି ରହିଥାନ୍ତି ଇରାନୀ ଭିଡିଓ ଜରିଆରେ ତାହାକୁ ଦେଖାଇବାର ପ୍ରୟାସ କରିଛନ୍ତି।

ଇରାନୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଭିଡିଓଟିକୁ ସେୟାର୍‌ କରିଛନ୍ତି। ‘ଆୟିଏ ଆପ୍‌କା ଇନ୍ତେଜାର୍‌ ଥା..’ଗୀତର ଭିଡିଓରେ ତବୁ ଅଜୟ ଦେବଗନଙ୍କୁ ସ୍ୱାଗତ କରୁଥିବାର ଦୃଶ୍ୟକୁ ଦେଖାଇ ସବୁ ଲୋକ ସପ୍ତାହର ଶେଷ ଦିନକୁ ଏଭଳି ଭାବେ ସ୍ୱାଗତ କରିଥାନ୍ତି ବୋଲି ତୁଳନା କରିଥିବାର ଦେଖିବାକୁ ମିଳିଛି।

 

 

View this post on Instagram

 

Greeting the weekend be like … ❤ (a tribute from those working this weekend ?‍♀)

A post shared by Smriti Irani (@smritiiraniofficial) on

ଇରାନୀଙ୍କର ଏହି ଭିଡିଓଟିକୁ ୨୫,୬୯୬ ଲାଇକ୍‌ ମିଳିଥିବା ବେଳେ ୯୦୫ଟି କମେଣ୍ଟ୍‌ ମିଳିଛି। ତବୁ ଭିଡିଓଟି ସେୟାର୍‌ କରି କ୍ୟାପ୍‌ସନ ଦେଇଛନ୍ତି, ‘ସାପ୍ତାହିକ ଛୁଟିକୁ ଏଭଳି ଭାବେ ଅଭିବାଦନ ଦିଆଯିବା ଉଚିତ (ସପ୍ତାହ ଶେଷରେ କାମ କରୁଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି)।

ସମ୍ବନ୍ଧିତ ଖବର