ସୋନମଙ୍କ ଶଶୁର ଘରୁ ହୋଇଥିଲା ୧ କୋଟି ୪୧ ଲକ୍ଷ ଟଙ୍କା ଚୋରି, ଏବେ ସୁଦ୍ଧା ୨୫ ଲୋକଙ୍କୁ ଜେରା କଲାଣି ପୁଲିସ୍‌

ମୁମ୍ବାଇ: ନିକଟ ଅତୀତରେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କ ଶଶୁରଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ସୋନମ କପୁର ଓ ଅନନ୍ଦ ଆହୁଜାଙ୍କ ଦିଲ୍ଲୀ ଘରୁ କୋଟିରୁ ଊର୍ଧ୍ବ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ରିପୋର୍ଟ ଅନୁସାରେ, ସୋନମ ଓ ଆନନ୍ଦଙ୍କ ଘରୁ ୧.୪୧ କୋଟି ଟଙ୍କାର ଅଳଙ୍କାର ଓ ଟଙ୍କା ନେଇ ଚୋର ଜଣକ ଫେରାର୍‌ ହୋଇ ଯାଇଥିଲା। ଆପଣ ଜାଣିଥିବେ ନିଶ୍ଚୟ ଯେ ସୋନମ କପୁର ଓ ଆନନ୍ଦ ଆହୁଜାଙ୍କ ଘର ଦିଲ୍ଲୀର ଅମୃତା ସେରଗିଲ୍‌ ମାର୍ଗରେ। ଏଠାରେ ଆନନ୍ଦଙ୍କ ବାପାମାଆ ଓ ଜେଜେମାଆ ବି ରହନ୍ତି।

ମାତ୍ର ଏହି ଚୋରି ଘଟଣା ଆଜି କି କାଲିର ନୁହଁ। ଏହି ଚୋରିକୁ ନେଇ ବାବତ ଦିଲ୍ଲୀର ମୁଗଲକ ରୋଡ୍‌ ଥାନାରେ ଅଭିଯୋଗ ହୋଇଥିଲା। ଫେବ୍ରୁଆରି ୨୨ ତାରିଖରେ ଏହି ମାମଲାକୁ ନେଇ ଦିଲ୍ଲୀ ପୁଲିସ୍‌ ଏକ ମାମଲା ବି ଦର୍ଜ କରିଥିଲା।

www.aajtak.in

ଜାଣିବାକୁ ମିଳିଛି ଯେ ଫେବ୍ରୁଆରି ୨୨ ତାରିଖରେ ଆନନ୍ଦଙ୍କ ମାଆ ଶରଳା ଆହୁଜା ଅଳଙ୍କାର ଓ ଟଙ୍କା ଥିବା ତାଙ୍କ ବ୍ୟାଗ୍‌ ଚେକ୍‌ କରିବାରୁ ତାଙ୍କୁ ତାଙ୍କ ବ୍ୟାଗ୍‌ ଖାଲି ମିଳିଲା। ସେହି ବ୍ୟାଗ୍‌ରେ ୧ କୋଟି ୪୧ ଲକ୍ଷ ଟଙ୍କାର ଅଳଙ୍କାର ଓ ଟଙ୍କା ଥିଲା। ବ୍ୟାଗ୍‌ଟିକୁ ସେ ପ୍ରାୟ ୨ ବର୍ଷ ପରେ ଦେଖିଥିଲେ।

ତେବେ ଦିଲ୍ଲୀ ପୁଲିସ୍‌ ଏଫ୍‌ଆଇଆର୍‌ ଦର୍ଜ କରିବା ପରେ ଏବେ ସୁଦ୍ଧା ପ୍ରାୟ ୨୫ ଜଣ ଲୋକଙ୍କୁ ପଚରାଉଚରା କରି ସାରିଲାଣି। ଯେଉଁଥିରେ ଘରର କିଛି ସଂପର୍କୀୟ ବି ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର