୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ,ପ୍ରଣବ ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର

ଭୁବନେଶ୍ୱର: ଆଜି ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇବାକୁ ବିଶିଷ୍ଟ କଣ୍ଠଶିଳ୍ପୀ,ପ୍ରଣବ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି। ଅନ୍ୟ ପକ୍ଷରେ ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ପୁରସ୍କାର ଲାଗି ମନୋନୀତ ହୋଇଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକଭାବେ ଅଜୟ ରଥ,ଶ୍ରେଷ୍ଠ ଅଭିନେତାଭାବେ ସମରେଶ ରାଉତରାୟ, ଶ୍ରେଷ୍ଠ ଅଭିନେତ୍ରୀଭାବେ ଲିପି ‘ମୀମାଂସା’ ଚଳଚ୍ଚିତ୍ର ଲାଗି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର