କନ୍ୟାଙ୍କ ନକିଟରେ ଅଜବ ସର୍ତ୍ତ: ବିବାହ ପୂର୍ବରୁ ଦେବାକୁ ପଡିବ ଫେସବୁକ ଓ ଇନଷ୍ଟାଗ୍ରାମ ପାସଓ୍ଵାର୍ଡ

ନୂଆଦିଲ୍ଲୀ: ବାହାଘରକୁ ନେଇ ଇଣ୍ଟରନେଟରେ ଆଗରୁ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଛି। କେଉଁଠି ଅଗ୍ନିକୁ ସାକ୍ଷୀରଖି ନିଜ ଜୀବନସାଥୀ ସହ ସାରା ଜୀବନ କରୁଥିବା ପଣ ଦେଖିବାକୁ ମିଳିଛି ତ ଆଉ କେଉଁଠି ବାହାଘର ବେଳେ କନ୍ୟା କିମ୍ବା ବରପାତ୍ର ମଣ୍ଡପରେ ସମସ୍ତଙ୍କୁ ସ୍ବାଗତ କରୁଥିବାର ଦୃଶ୍ୟବି ସାମନାକୁ ଆସିଛି। ହେଲେ ଏବେ କିନ୍ତୁ ସୋସିଆଲ ମିଡିଆରେ ଏକ ଭିନ୍ନ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି, ଯାହାକି ନିର୍ବନ୍ଧ ବେଳର। ଭିଡିଓରେ ପ୍ରଥମେ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଜଣେ ମହିଳା ଅତଥି ସତ୍କାର କରୁଛନ୍ତି।

ମହିଳାଜଣଙ୍କ ବର-କନ୍ୟାଙ୍କୁ ଅଜବ ଧରଣର ସର୍ତ୍ତ ରଖିବାକୁ କହୁଛନ୍ତି, ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକ ଉଚ୍ଚ ସ୍ବରରେ ହସିବାକୁ ଲାଗୁଛନ୍ତି। ପରେ ମହିଳାଜଣଙ୍କ ବରପାତ୍ରଙ୍କ ପକ୍ଷରୁ କନ୍ୟାଙ୍କ ସହ କଥା ହଉହଉ, ନିଜ ଫେସବୁକ ଓ ଇନଷ୍ଟାଗ୍ରାମର ପାସଓ୍ଵାର୍ଡ ବିବାହ ପୂର୍ବରୁ ବରପାତ୍ରଙ୍କୁ ଦେଇଦେବାକୁ କନ୍ୟାକୁ କହୁଛନ୍ତି। ବର ଓ କନ୍ୟାଙ୍କ ଏହି ପ୍ରସଙ୍ଗରେ ଭାବ ଦିଆନିଆ ଉତ୍ତରକୁ ସୋସିଆଲ ମିଡିଆରେ ସମସ୍ତେ ପ୍ରଶଂସା ଓ ସେୟାର କରୁଥିବା ଦେଖିବାକୁ ମିଳୁଛି।

‘ବାହାଘର ପରେ ଚିନିପରି ମିଠା ହୋଇଯିବି, କେବେବି କୌଣସି କଥାକୁ ନେଇ ସନ୍ଦେହ କରିବି ନାହିଁ, କନ୍ୟା ଏଭଳି କହି ନିଜ ଫେସବୁକ୍‌ ଓ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବରପାତ୍ରଙ୍କୁ ସେୟାର କରିବା ମୁହୂର୍ତ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଉଭୟଙ୍କ ଉତ୍ତର ସମସ୍ତଙ୍କ ପାଇଁ ଦୁଃଖଦ ମୁହୂର୍ତ୍ତକୁ ଅପସାରଣ କରି ଖୁସିର ମାହୋଲ ସୃଷ୍ଟି କରିଛି। ଉପସ୍ଥିତ ଲୋକ ହସିବାକୁ ଲାଗୁଛନ୍ତି। ଭିଡିଓଟିକୁ ଓ୍ଵିଟି-ଓ୍ଵେଡିଙ୍ଗ୍ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଯାହାକୁ ଶହଶହ ଲୋକ ଲାଇକ୍ କରିବାସହ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର