ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ତାଙ୍କ ପ୍ରଶଂସକଙ୍କମାନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଆଜି ସୁଶାନ୍ତଙ୍କ ମୃତ୍ୟୁକୁ ୯ଦିନ ବିତି ଯାଇଥିଲେ ବି ଏଯାଏଁ ତାଙ୍କ ପ୍ରଶଂସକମାନେ ଅଭିନେତାଙ୍କ ମୃତ୍ୟୁ ଖବରକୁ ଗ୍ରହଣ କରି ପାରୁ ନାହାନ୍ତି। ଏହି କ୍ରମରେ ସୁଶାନ୍ତଙ୍କ ସାଙ୍ଗ ସନ୍ଦୀପ ସିଂହ ସୁଶାନ୍ତଙ୍କୁ ମନେପକାଇ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସିନେମା ‘ବନ୍ଦେ ମାତରମ’ର ଏକ ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ ସୁଶାନ୍ତ ସିଂହ ରାଜପୁତ ନଜର ଆସୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସନ୍ଦୀପ ସିଂହ ଇନ୍ଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ, ‘ସୁଶାନ୍ତ ଆପଣ ମୋତେ ପ୍ରତିଶୃତି ଦେଇଥିଲେ ଯେ ମୋର ନିର୍ଦେଶନାରେ ସିନେମା କରିବା । ମୋତେ ଆପଣଙ୍କ ବିଶ୍ୱାସ ଦରକାର । ଆପଣ ମୋ ଉପରେ ଯେଉଁ ବିଶ୍ୱାସ ଦେଖାଇଥିଲେ ତାହା ମୋର ସାହସ ଥିଲା। ଏବେ ଆପଣ ଚାଲିଗଲେ ଆଉ ମୁଁ ହଜିଯାଇଛି। ଏବେ ଆପଣ ହିଁ କୁହନ୍ତୁ ମୁଁ ଏହି ସ୍ୱପ୍ନ କିଭଳି ପୁରା କରିବି ? ଆପଣ ଯେଉଁଭଳି ମୋ ହାତ ଧରିଥିଲେ ସେହିଭଳି ଆଉ କିଏ ମୋ ହାତ ଧରିବ ? ମୋତେ ଶକ୍ତି କିଏ ଦେବ, ମୋ ଭାଇ ?’
ସନ୍ଦୀପ ଆଗକୁ ଲେଖିଛନ୍ତି, ‘ କିନ୍ତୁ ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି, ମୁଁ ଏହି ଫିଲ୍ମ ନିଶ୍ଚୟ କରିବି ଏବଂ ଏହା ସୁଶାନ୍ତ ସିଂହ ରାଜପୁତଙ୍କୁ ସ୍ନେହଭରା ଶ୍ରଦ୍ଧାଞ୍ଜଳି ହେବ।’